THE BYAPINI

୫ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ..ଜାଣନ୍ତୁ କେଉଁଠି କେବେ?

Get real time updates directly on you device, subscribe now.

୫ ରାଜ୍ୟରେ ପଡିବ ନିର୍ବାଚନ ଭୋଟ୍ । ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ନିର୍ବାଚନ୍ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ଯାହାକି ଫେବୃଆରୀ ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୦ ତାରିଖରେ ଶେଷ ହେବ ।
ୟୁପିରେ ୭ଟି ପର୍ୟ୍ୟାୟ, ମଣିପୁରରେ ୨ଟି ଏବଂ ପଂଜାବ, ଉତରାଖଣ୍ଡ, ଗୋଆରେ ଗୋଟିଏ ପର୍ୟ୍ୟାୟରେ ଭୋଟିଂ ଶେଷ ହେବ । ଫେବୃୟାରୀ ୧୦ ତାରିଖରେ ଉତରପ୍ରଦେଶରେ ପ୍ରଥମ ପର୍ୟ୍ୟାୟ ମତଦାନ ହେବ । ସେହିପରି ୟୁପିରେ ଦ୍ୱିତୀୟ ପର୍ୟ୍ୟାୟ ମତଦାନ ୧୪ ତାରିଖ, ଫେବୃୟାରୀ ୨୦ରେ ତୃତୀୟ ପର୍ୟ୍ୟାୟ, ୨୩ ତାରିଖରେ ଚତୁର୍ଥ ପ ଯ ର୍୍ୟାୟ ଓ ୨୭ ତାରିଖରେ ପଂଚମ ପର୍ୟ୍ୟାୟ ଭୋଟ ଗ୍ରହଣ କରାଯିବ । ମାର୍ଚ୍ଚ ୩ ତାରିଖରେ ଷଷ୍ଠ ଓ ମାର୍ଚ୍ଚ ୭ ତାରିଖରେ ସପ୍ତମ ପର୍ୟ୍ୟାୟ ଭୋଟଗ୍ରହଣ ଉତରପ୍ରଦେଶରେ କରାଯିବ ବୋଲି ଘୋଷଣା କରିଛନ୍ତି ନିର୍ବାଚନ କମସିନ ।
ସେହିପରି ଫେବୃୟାରୀ ୧୪ ତାରିଖରେ ପଂଜାବ, ଗୋଆ ଓ ଉତରାଖଣ୍ଡରେ ଭୋଟ ଗ୍ରହଣ କରାଯିବ । ସେପଟେ ମଣିପୁରରେ ଦୁଇଟି ପର୍ୟ୍ୟାୟରେ ମତଦାନ କରାଯିବ । ମଣିପୁରରେ ଫେବୃୟାରୀ ୨୭ ତାରିଖ ଓ ମାର୍ଚ୍ଚ ୩ ତାରିଖରେ ଭୋଟ ଗ୍ରହଣ କରାଯିବ । ଏହି ୫ରାଜ୍ୟରେ ବିଧାନସଭା ପାଇଁ ହୋଇଥିବା ଭୋଟର ଗଣତି ମାର୍ଚ୍ଚ ୧୦ ତାରିଖରେ କରାଯିବ ବୋଲି ସୂଚନା ଦେଇଛନ୍ତି ଜାତୀୟ ନିର୍ବାଚନ କମିସନ ।

Get real time updates directly on you device, subscribe now.

Leave A Reply

Your email address will not be published.