ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୬୮,୦୬୩ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨୭୭ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ହାର କମ ରହିଛି। ଗତକାଲି ସଂକ୍ରମଣ ହାର ୧୨.୬% ଥିବା ବେଳେ ଆଜି ୧୦.୬୪% ରହିଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୫୮,୭୫,୭୯୦ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ ହୋଇଥିବା ୨୭୭ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୪,୨୧୩ରେ ପହଞ୍ଚିଛି। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୮,୨୧,୪୪୬। ସେହିପରି ଦେଶରେ ସମୁଦାୟ ‘ଓମିକ୍ରନ୍’ ସଂକ୍ରମଣ ସଂଖ୍ୟା ମଧ୍ୟ ୪,୪୬୧ରେ ପହଞ୍ଚିଛି।
ସେହିପରି ରାଜ୍ୟରେଆଜି ୭ହଜାର ଟପିଲା ଦୈନିକ ସଂକ୍ରମଣ । ୨୪ଘଣ୍ଟାରେ ରାଜ୍ୟରେ ୭୦୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୭୦୭ ଓ ସ୍ଥାନୀୟ ଅଞ୍ଚଳରୁ ୨୯୪୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୨୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ରହିଛି ସୁନ୍ଦରଗଡ । ସୁନ୍ଦରଗଡରୁ ୧୧୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ୮୩ ଜଣ, ବାଲେଶ୍ବର ଜିଲ୍ଲାରୁ ୧୯୮ ଜଣ, ବରଗଡ଼ରୁ ୮୫ ଜଣ, ଭଦ୍ରକରୁ ୫୪ ଜଣ, ବଲାଙ୍ଗୀରୁ ୧୯୦ ଜଣ, ବୌଦ୍ଧରୁ ୨୦ ଜଣ, କଟକରୁ ୫୦୫ ଜଣ, ଦେବଗଡ଼ରୁ ୧୮ ଜଣ, ଢେଙ୍କାନାଳରୁ ୫୫ ଜଣ, ଗଞ୍ଜାମରୁ ୧୧୧ଜଣ, ଗଜପତିରୁ ୪୫ ଜଣ, ଜଗତସିଂହପୁରରୁ ୬୦ ଜଣ, ଯାଜପୁରରୁ ୧୩୦ ଜଣ, ଝାରସୁଗୁଡ଼ାରୁ ୧୪୩ ଜଣ, କଳାହାଣ୍ଡିରୁ ୭୩ ଜଣ, କନ୍ଧମାଳରୁ ୧୮ ଜଣ, କେନ୍ଦ୍ରାପଡ଼ାରୁ ୨୭ ଜଣ, କେନ୍ଦୁଝରରୁ ୬୫ ଜଣ, କୋରାପୁଟରୁ ୧୦୭ ଜଣ, ମାଲକାନଗିରିରୁ ୬ ଜଣ, ମୟୂରଭଞ୍ଜରୁ ୨୦୧ ଜଣ, ନବରଙ୍ଗପୁରରୁ ୯୫ ଜଣ, ନୟାଗଡ଼ରୁ ୩୫ ଜଣ, ନୂଆପଡ଼ାରୁ ୨୬ ଜଣ, ପୁରୀରୁ ୧୫୬ ଜଣ, ରାୟଗଡ଼ାରୁ ୩୧ ଜଣ, ସୋନପୁରରୁ ୪୬ ଜଣ, ରାୟଗଡ଼ାରୁ ୩୬ ଜଣ, ସମ୍ବଲପୁରୁ ୬୦୯ ଜଣ, ସୋନପୁରରୁ ୬୧ ଜଣ ଓ ଷ୍ଟେଟ ପୁଲରୁ ୪୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୮୨ ହଜାର ୭୬୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୦ ଲକ୍ଷ ୪୭ ହଜାର ୩୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୨୭ ହଜାର ୨୧୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । କେବଳ ଜାନୁଆରୀ ମାସର ୧୧ ଦିନରେ ଚିହ୍ନଟ ହେଲେଣି ୨୭୯୩୬ ସଂକ୍ରମିତ ଚିହ୍ନଟ । ଗତକାଲି ତୁଳନାରେ ୨୨୪୨ ମାମଲା ବୃଦ୍ଧି ।
Get real time updates directly on you device, subscribe now.