ଦେଶରେ କୋଭିଡ୍ର ଦୈନିକ ମାମଲା ୨ ଲକ୍ଷ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୭ ପ୍ରତିଶତ ଏକ ଲମ୍ବ ଡିଆଁ ମାରିଛି ଭାଇରସ୍। ଆଜି ଭାରତରେ ୨,୪୭,୪୧୭ଟି ରେକର୍ଡ଼ସ୍ତରୀୟ କୋଭିଡ୍ ମାମଲା ଚିହ୍ନଟ ହୋଇଛି। ବୁଧବାର ଦେଶରେ ୧,୯୪,୭୨୦ଟି କୋଭିଡ୍ ମାମଲା ସାମ୍ନାକୁ ଆସିଥିଲା। ତେବେ ଗୋଟିଏ ଦିନରେ ଏହି ସଂଖ୍ୟା ପ୍ରାୟ ୨.୫ ଲକ୍ଷ ପହଞ୍ଚି ପାରିଛି। ସଂକ୍ରମଣ ଏତେ ତୀବ୍ର ଗତିରେ ବଢ଼ୁଛି ଯେ, ଗତ ୧୬ ଦିନ ମଧ୍ୟରେ କୋଭିଡର ଦୈନିକ ମାମଲା ପ୍ରାୟ ୩୯ ଗୁଣ ବୃଦ୍ଧି ପାଇଛି।
ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ଓମିକ୍ରନ୍ର ୬୨୦ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ ସମୁଦାୟ ଓମିକ୍ରନ୍ ମାମଲା ୫,୪୮୮କୁ ବୃଦ୍ଧି ପାଇଛି। ଓମିକ୍ରନ୍ ଦ୍ୱାରା ଅଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ରାଜସ୍ତାନ ଏବଂ ଦିଲ୍ଲୀ ରହିଛି। ମହାରାଷ୍ଟ୍ରରେ ଏପର୍ୟ୍ୟନ୍ତ ସର୍ବାଧିକ ୧,୩୬୭ଟି ଓମିକ୍ରନ୍ ରୋଗୀ ଚିହ୍ନଟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୭୩୪ ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ରାଜସ୍ତାନ ଦୁଇ ନମ୍ବର ୭୯୨ ଏବଂ ୫୪୯ ସହ ଦିଲ୍ଲୀ ତୃତୀୟ ନମ୍ବରରେ ରହିଛି।
ସେହିପରି ରାଜ୍ୟରେ ୧୦ ହଜାର ଡେଇଁଲା ଦୈନିକ ସଂକ୍ରମିତ ସଂଖ୍ୟା । ଦିନକରେ ୧୦,୦୫୯ ନୂଆ ଆକ୍ରାନ୍ତ ଚିହ୍ନଟ । ଶୂନରୁ ୧୮ବର୍ଷ ମଧ୍ୟରେ ୮୭୨ ସଂକ୍ରମିତ ଚିହ୍ନଟ । ସଙ୍ଗରୋଧରୁ ୫୮୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୨୨୬ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୩୧୮୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ପଛକୁ ରହିଛି ସୁନ୍ଦରଗଡ । ସୁନ୍ଦରଗଡରୁ ୧୩୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Get real time updates directly on you device, subscribe now.

Prev Post
Next Post