ସୁପରସ୍ପ୍ରେଡର ହୋଇପାରେ ମାଘମେଳା!
ପ୍ରୟାଗରାଜରେ ସୁପରସ୍ପ୍ରେଡର ହୋଇପାରେ ମାଘମେଳା । ଶୁକ୍ରବାର ଅର୍ଥାତ ଆଜି ମକର ସଂକ୍ରାନ୍ତି ଅବସରରେ ଏଠାରେ ଲକ୍ଷ ଲକ୍ଷ ଲୋକବୁଡ ପକାଉଛନ୍ତି । ଏଠାରେ କରୋନା ବିସ୍ଫୋରଣ ହୋଇସାରିଲାଣି । ଏଠାରେ ବର୍ତମାନ ସୁଦ୍ଧା ୭୦ ପଜିଟିଭି ଚିହ୍ନଟ ହୋଇସାରିଲେଣି ।
ଏହି ମେଳାରେ ବର୍ତ୍ତମାନ ପାଖାପାଖି ୭୦ରୁ ଅଧିକ ଲୋକ କରୋନାରେ ପଜିଟିଭ୍ ହୋଇଥିବା ଜଣାପଡ଼ିଛି । କରୋନା ମହାମାରୀର ତୃତୀୟ ଲହର ଭିତରେ ଆୟୋଜିତ ଏହି ମେଳାକୁ ନେଇ ପ୍ରଶ୍ନ ଉଠିଛି । କରୋନା ସଂକ୍ରମିତ ବାହାରିବ ପରେ ବି ମାଘମେଳାରେ ଲୋକ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ସରକାର ଭିଡ଼ ଏଡ଼ାଇବା ପାଇଁ ସମସ୍ତ ପ୍ରକାର ପ୍ରସାୟ କରୁଛନ୍ତି । ହେଲେ କେବଳ ଅବହେଳା ଦେଖାଯାଉଛି । ୧୭ ଜାନୁଆରୀରୁ ପୌଷ ପୂର୍ଣ୍ଣିମା ଆରମ୍ଭ ହେଉଛି । ୧ ଲକ୍ଷରୁ ଅଧିକ ସାଧୁ, ମହାତ୍ମାଙ୍କ ଏଠାରେ ସମାଗମ ହେବ। ତେଣୁ କରୋନାର ବିଷ୍ପୋରଣ ହେବା ନେଇ ଆଶଙ୍କା କରାଯାଉଛି ।