ରାଜ୍ୟରେ ୧୧ ହଜାର ପାର କଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୧୧୧୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଜ୍ଝ ଏମାନଙ୍କ ମଧ୍ୟରୁ ୦ ରୁ ୧୮ ବର୍ଷ ମଧ୍ୟରେ ୧୦୧୬ ଥିବାବେଳେ ସଙ୍ଗରୋଧରୁ ୬୪୭୯ ଜଣ ଓ ୪୬୯୮ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି ଜ୍ଝ
ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୪୨୪, ସୁନ୍ଦରଗଡରୁ ୨୧୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଜ୍ଝ ଅନୁଗୋଳ ଜିଲ୍ଲାରୁ ୧୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୪୨, ବରଗଡ଼ରୁ ୧୨୩, ଭଦ୍ରକରୁ ୯୨, ବଲାଙ୍ଗିରରୁ ୩୧୨, ବୌଦ୍ଧରୁ ୭୧, ଦେବଗଡ଼ରୁ ୨୫, ଢେଙ୍କାନାଳରୁ ୬୫, ଗଜପତିରୁ ୭୩, ଗଞ୍ଜାମରୁ ୧୦୮, ଜଗତସିଂହପୁରରୁ ୧୬୪, ଯାଜପୁରରୁ ୧୭୯, ଝାରସୁଗୁଡ଼ାରୁ ୧୯୩, କଳାହାଣ୍ଡିରୁ ୧୭୩, କନ୍ଧମାଳରୁ ୪୭, କେନ୍ଦ୍ରାପଡ଼ାରୁ ୭୧, କେନ୍ଦୁଝରରୁ ୬୯, କୋରାପୁଟରୁ ୧୫୨, ମାଲକାନଗିରିରୁ ୪୯, ମୟୂରଭଞ୍ଜରୁ ୨୭୬, ନବରଙ୍ଗପୁରରୁ ୧୫୫, ନୟାଗଡ଼ରୁ ୧୫୯, ନୂଆପଡ଼ାରୁ ୭୯, ପୁରୀରୁ ୧୪୧, ରାୟଗଡ଼ାରୁ ୧୮୪, ସମ୍ବଲପୁରରୁ ୩୭୯ ଓ ସୋନପୁରରୁ ୨୩୮ ଜଣ ଚିହ୍ନଟ ହୋଇଛନ୍ତି।ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୩୩ ହଜାର ୯୧୨ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୫୫ ହଜାର ୬୧୫ ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୬୯,୭୬୩ ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ମୃତ୍ୟୁ ସଂଖ୍ୟା ୮,୪୮୧କୁ ବୃଦ୍ଧି ପାଇଛି।
ସେହିଭଳି ଦେଶରେ ବି ମାମଲା ବଢିଛି । ୨୪ ଘଂଟାରେ ୨ ଲକ୍ଷ ୭୧ ହଜାର ୨୦୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩୧୪ ଲୋକ ପ୍ରାଣ ହରାଇଛନ୍ତି । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ପାର କରିଛି । ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ୭୪୩ରେ ପହଂଚିଛି । ଦେଶରେ ପଜିଟିଭିଟ ରେଟ୍ ୧୬. ୨୮ ରହିଛି । ବର୍ତମାନ ଦେଶରେ ଆକ୍ଟିଭ ମାମଲା ୧୫ ଲକ୍ଷ ୫୦ ହଜାର ୩୭୭ ହୋଇସାରିଛି ।
Get real time updates directly on you device, subscribe now.

Prev Post
Next Post