ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୬୦୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୯୯୧ ଜଣ ଅଛନ୍ତି। ୧୧,୬୦୭ ଜଣଙ୍କ ମଧ୍ୟରୁ ୬୭୨୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୮୪୭୯ ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪,୩୪୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୨୧୯, କଟକରୁ ୮୯୮, ଷ୍ଟେଟପୁଲ୍ରୁ ୮୭୭, ସମ୍ବଲପୁରରୁ ୩୯୦, ବାଲେଶ୍ୱରରୁ ୩୦୫, ଯାଜପୁରରୁ ୨୩୧,ରାୟଗଡ଼ାରୁ ୨୨୯, ବଲାଙ୍ଗିରରୁ ୨୨୯, ଝାରସୁଗୁଡ଼ାରୁ ୨୧୯, ନୟାଗଡ଼ରୁ ୨୦୬, ଅନୁଗୋଳ ୧୮୫ ଓ ମୟୂରଭଞ୍ଜରୁ ୧୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବରଗଡ଼ରୁ ୧୪୫, ଭଦ୍ରକ ୧୫୩, ନବରଙ୍ଗପୁର ୧୪୯, ନୂଆପଡ଼ା ୧୬୬,ପୁରୀ ୧୫୭,ସୋନପୁର ୧୧୪, ବୌଦ୍ଧ ୭୮,ଦେବଗଡ଼ ୭୫, ଢେଙ୍କାନାଳ ୭୧,ଗଜପତି ୮୭, ଗଞ୍ଜାମ ୯୩, ଜଗତସିଂହପୁର ୧୩୪, କନ୍ଧମାଳ ୧୦୩, କନ୍ଧମାଳ ୮୦, କେନ୍ଦ୍ରାପଡ଼ା ୧୧୯, କେନ୍ଦୁଝର ୧୨୧, କୋରାପୁଟ ୧୬୮ ଓ ମାଲକାନଗିରିରୁ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୬୭ ହଜାର ୯୪ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୭୩ହଜାର୭୭୭ ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୮୪୭୭୦ ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି।
ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୮୨ ହଜାର ୯୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ୪୪ ହଜାର ୮୮୯ ଜଣ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ୨ ଲକ୍ଷ ୩୮ ହଜାର ୧୮ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଦେଶରେ ଆଜି ଦୈନିକ ସଂକ୍ରମଣ ହାର ରହିଛି ୧୫.୧୩ ପ୍ରତିଶତ । ଗତକାଲି ତୁଳନାରେ ଆଜି ୧୮. ୯% ପ୍ରତିଶତ ଅଧିମ ମାମଲା ଆସିଛି ।
ସେହିପରି ଦେଶରେ ୨୪ ଘଣ୍ଟାରେ ୪୪୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ୪ ଲକ୍ଷ ୮୭ ହଜାର ୨୦୨ରେ ପହଞ୍ଚିଛି ମୋଟ ମୃତ୍ୟୁ ସଂଖ୍ୟା । ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୧୮ ଲକ୍ଷ ଟପିଛି । ୧୮ ଲକ୍ଷ ୩୧ ହଜାରକୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୮୮ ହଜାର ୧୫୭ ଜଣ । ଦେଶରେ ଏଯାଏଁ ଟିକାନେଲେଣି ୧୫୮ କୋଟି ୮୮ ଲକ୍ଷରୁ ଅଧିକ । ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୮ ହଜାର ୯୬୧ରେ ପହଞ୍ଚିଛି ।
Get real time updates directly on you device, subscribe now.

Prev Post
Next Post