THE BYAPINI

‘ହସ୍ପିଟାଲ ଯାଉଛନ୍ତି ମାତ୍ର ୨% ରୋଗୀ’

Get real time updates directly on you device, subscribe now.

କୋଭିଡ୍ ସ୍ଥିତି ନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ । ଗତ ୭ ଦିନ ହେଲା ରାଜ୍ୟରେ ୧୦ରୁ ୧୧ ହଜାର ପଜିଟିଭ୍ କେସ୍ ସାମ୍ନାକୁ ଆସୁଛି । ତେବେ ଓମିକ୍ରନ୍ ପାଇଁ ହିଁ ସଂକ୍ରମଣ ବୃଦ୍ଧି ପାଇଛି । ହେଲେ ଏଥିରେ ଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲସ କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମାତ୍ର ୭ ଦିନ ଭିତରେ ରାଜ୍ୟର ସମସ୍ତ କୋଭିଡ୍ ହସ୍ପିଟାଲକୁ ପ୍ରସ୍ତୁତ କରାଯାଇଛି । ହେଲେ ଏବେ ମାତ୍ର ୨ ପ୍ରତିଶତ କୋଭିଡ୍ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ରାଜ୍ୟର ହସ୍ପିଟାଲ ଗୁଡିକ ଏବେ ଯଥେଷ୍ଟ ଭାବେ ଫାଙ୍କା ଅଛି । ତେଣୁ କେହି ବି ଲୋକ ଭୟଭୀତ ହୁଅନ୍ତୁ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

Get real time updates directly on you device, subscribe now.

Leave A Reply

Your email address will not be published.