ରାଜ୍ୟରେ ୧୦ ହଜାର ତଳକୁ ଖସିଲା ସଂକ୍ରମଣ
ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୯୮୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୬୯୯ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୪୧୩୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୯୭୨ଜଣ ରହିଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୪୬ ଜଣ, ସୁନ୍ଦରଗଡ଼ରୁ ୧୧୩୪ ଜଣ, କଟକରୁ ୭୭୪ ଜଣ,ମୟୂରଭଞ୍ଜରୁ ୨୯୫ ଜଣ, ନୟାଗଡ଼ରୁ ୨୯୨ ଜଣ, ବଲାଙ୍ଗୀରରୁ ୨୮୮ ଜଣ, ବାଲେଶ୍ବରରୁ ୨୮୬ ଜଣ,ରାୟଗଡ଼ାରୁ ୨୭୪ ଜଣ, ଯାଜପୁରରୁ ୨୫୬ ଜଣ, ସମ୍ବଲପୁରରୁ ୨୦୬ ଜଣ,କୋରାପୁଟରୁ ୧୭୪ ଜଣ, ନୂଆପଡ଼ାରୁ ୧୭୩ ଜଣ, ବରଗଡ଼ରୁ ୧୭୨ ଜଣ,କଳାହାଣ୍ଡିରୁ ୧୭୧ ଜଣ, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାରୁ ୧୬୮ ଜଣ ଲେଖାଁଏ,ନବରଙ୍ଗପୁରରୁ ୧୫୬ ଜଣ, ଜଗତସିଂହପୁରରୁ ୧୫୨ ଜଣ,ପୁରୀରୁ ୧୪୬ ଜଣ ଚିହ୍ନଟ ହୋଇଛନ୍ତି।
ହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୭୨୯୫ଜଣକୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୯୮୩୩ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୬ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୦୭କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ କଟକରୁ ଦୁଇ ଜଣ, ଅନୁଗୋଳ, ଢେଙ୍କାନାଳ, ଜଗତସିଂହପୁର ଓ ପୁରୀରୁ ଜଣେ ଲେଖାଏଁ ରହିଛନ୍ତି ।