THE BYAPINI

ଦେଶରେ ଦିନକରେ ୩ ଲକ୍ଷ ୪୭ ହଜାରରୁ ଅଧିକ ଆକ୍ରାନ୍ତ

Get real time updates directly on you device, subscribe now.

ଦେଶରେ ପୁଣି କରୋନା ବିସ୍ଫୋରଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୪୭ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୦୩ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩୪୭୨୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୭୦୩ ଛୁଇଁଛି । ଗତକାଲି ତୁଳନାରେ ୨୯ ହଜାର ୭୨୨ ଅଧିକ ନୂଆ ମାମଲା ଆସିଛି । ଦେଶରେ ଦୈନିକ ସଂକ୍ରମଣ ହାର ରହିଛି ୧୭. ୯୪% ।ଆଉ ସାପ୍ତାହିକ ସଂକ୍ରମଣ ହାର ରହିଛି ୧୬.୫୬% । ସେହିପରି ୨୪ ଘ ।ରେ ୭୦୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୮ ହଜାର ୩୯୬ରେ ପହ ିଛି । ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ଟପିଛି । ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୯ ହଜାର ୬୯୨କୁ ବୃଦ୍ଧି ପାଇଛି । ଯାହା ଗତକାଲି ତୁଳନାରେ ୪.୩୬% ଅଧିକ ।
ଏବେସୁଦ୍ଧା ଦେଶରେ ପ୍ରାୟ ୩ କୋଟି ୭୪ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୨୦୧୮୮୨୫ ସକ୍ରିୟ ମାମଲା ରହିଛି ଏବଂ ୩୬୦୫୮୮୦୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୪୮୮୩୯୬ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.