ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ ।ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ ହଜାର ୫୨୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୪୯୪୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୫୭୯ ପଜିଟି ଚିହ୍ନଟ ହୋଇଛନ୍ତି । ସେହିପରି ୦ରୁ ୧୮ ବର୍ଷ ମଧ୍ୟରେ ୯୩୭ ଜଣ ଅଛନ୍ତି ।
ଖୋର୍ଦ୍ଧାରୁ ସର୍ବାଧିକ ୨ ହଜାର ୨୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୯୩୨,କଟକରୁ ୭୮୯,ବାଲେଶ୍ୱରରୁ ୩୪୬,ଯାଜପୁରରୁ ୨୫୩, କଳାହାଣ୍ଡିରୁ ୨୨୬ ମାମଲା ଆସିଛି । ରାଜରେ ମୋଟ ଆକ୍ରାନ୍ତଙ୍କ ସଂଖା ୧୨ ଲକ୍ଷ ୪ ହଜାର ୬୬୦କୁ ବୃଦ୍ଧି ପାଇଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୮୫ ହଜାର ୩୨୦ । ସେହିପରି ଦିନକରେ ୬ ଜଣ କରୋନାରେ ଆଖି ବୁଜିଛନ୍ତି । ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ,କନ୍ଧମାଳ,ସୁନ୍ଦରଗଡ଼ରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୫୨୦ରେ ପହଞ୍ଚିଛି ।
ସେପଟେ ଦେଶରେ ୨୪ ଘଂଟାରେ ମୋଟ୍ ୩ ଲକ୍ଷ ୩୩ ହଜାର ୫୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଗତକାଲି ଅପେକ୍ଷା ଆଜି ୪ ହଜାର ୧୭୧ କମ୍ ମାମଲା ଆସିଛି । ଦୈନିକ ସଂକ୍ରମଣ ହାର ରହିଛି ୧୭.୭୮ ପ୍ରତିଶତ । ସେହିପରି ସାପ୍ତାହିକ ସଂକ୍ରମଣ ହାର ରହିଛି ୧୬.୮୭ ପ୍ରତିଶତ ।ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୫୨୫ ଲୋକଙ୍କ ମୃତ୍ରୁ୍ୟ ହୋଇଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୧ ଲକ୍ଷ ୮୭ ହଜାର ୨୦୫ରେ ପହଞ୍ଚିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛି ।
Get real time updates directly on you device, subscribe now.