THE BYAPINI

ଖସୁଛି ସଂକ୍ରମଣ..ଆଣୁଛି ଆଶ୍ୱସ୍ତି

Get real time updates directly on you device, subscribe now.

ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୨୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୪୨୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୩୦୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ଏହାରି ମଧ୍ୟରେ ୦ରୁ ୧୮ ବୟସ୍କଙ୍କ ମଧ୍ୟରେ ୯୫୪ ଜଣ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧,୭୦୫ ଜଣ ଚିହ୍ନଟ ହୋଇଥିବାବେଳେ, ଅନୁଗୁଳରୁ ୧୮୩ , ବାଲେଶ୍ୱରରୁ ୩୪୩ , ବରଗଡ଼ରୁ ୧୩୦, ଭଦ୍ରକରୁ ୯୭ , ବଲାଙ୍ଗିରରୁ ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧରୁ ୫୫ , କଟକରୁ ୫୬୧ , ଦେବଗଡ଼ରୁ ୬୨, ଢେଙ୍କାନାଳରୁ ୯୬ , ଗଜପତିରୁ ୯୫ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧୧ ହଜାର ୯୫୧ରେ ପହଞ୍ଚିଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୧ ହଜାର ୭୬୫କୁ ବୃଦ୍ଧି ପାଇଛି । ଦିନକରେ ରାଜ୍ୟରେ କରୋନାରେ ୫ ଜଣଙ୍କ ମୃତ୍ରୁ୍ୟ ହୋଇଛି । ମୃତକ ହେଲେ ବାଲେଶ୍ୱର,ଖୋର୍ଦ୍ଧା,କଟକ,କେନ୍ଦୁଝର,ସୁନ୍ଦରଗଡର ।
ସେପଟେ ଦେଶରେ ୩ ଲକ୍ଷ ଉପରେ ସଂକ୍ରମିତଙ୍କ ସଂଖ୍ୟା ଥିଲେ ବି ସଂକ୍ରମଣ ବୃଦ୍ଧିରେ ସାମାନ୍ୟ ବ୍ରେକ ଲାଗିଛି । ଦିନକରେ ୩ ଲକ୍ଷ ୬ ହଜାର ୬୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ରବିବାର ତୁଳନାରେ ଆଜି ୨୭ ହଜାର କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୪୩୯ ଜଣ କରୋନାରେ ଆଖି ବୁଜିଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୯ ହଜାର ୮୪୮ରେ ପହଞ୍ଚିଛି ।

Get real time updates directly on you device, subscribe now.

Leave A Reply

Your email address will not be published.