ପାଗ ଶୁଖିଲା ସହ ପୁଣି ବଢିବ ଶୀତ!
ଆସନ୍ତା ୨୬ ତାରିଖରୁ ରାଜ୍ୟରେ ଶୁଖିଲା ରହିବ ପାଗ । ପାଗ ଶୁଖିଲା ରହିବ ସହ ବଢିବ ଶୀତର ପ୍ରକୋପ । ୨ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀକୁ ତାପମାତ୍ରା ଖସିବା ନେଇ ଆକଳନ କରାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ଗତ ଦୁଇ ଦିନ ହେବ ରାଜ୍ୟରେ ପାଗର ପରିବର୍ତ୍ତନ ଦେଖାଦେଇଛି । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇଛି । ହେଲେ ଏବେ ପାଗରେ ପରିବର୍ତ୍ତନ ଦେଖାଦେଇଛି ।ସେପଟେ ଆଜି ରାତି ଓ ଆସନ୍ତାକାଲି ରାଜ୍ୟର ୮ ଜିଲ୍ଲାରେ ଦେଖାଦେବ ଘନ କୁକୁଡ଼ି। ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ରାତି ଓ ଆସନ୍ତାକାଲି ସକାଳେ ବଲାଙ୍ଗିର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ।
ପାଣିପାଗ ବିଭାଗର ଆଲର୍ଟ ପରେ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ଏସଆରସି। କୁହୁଡ଼ି ଯୋଗୁ ଯେଭଳି ଜାତୀୟ ରାଜପଥରେ ଦୁର୍ଘଟଣା ନଘଟେ ଓ ଗାଡ଼ିର ବେଗ ନିୟନ୍ତ୍ରଣ କରିବାକୁ ପୋଲିସ ଓ ପରିବହନ ବିଭାଗକୁ ସୂଚନା ଦିଆଯାଇଛି।