କୋଟିଆରେ ହେବ ନିର୍ବାଚନ
କୋଟିଆରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଫେଲ ମାରିଲା ସର୍ବଦଳୀୟ କମିଟିର ରଣନୀତି। ର୍ବଦଳୀୟ ଉଦ୍ୟମ ଫେଲ୍ ହେବା ପରେ କୋଟିଆରେ ନିର୍ବାଚନ ହେବା ଏକପ୍ରକାର ସ୍ପଷ୍ଟ ହୋଇସାରିଛି । ସହମତି ଭିତିରେ ପ୍ରାର୍ଥୀ ଦେବା ପାଇଁ କୋଟିଆରେ ଫେଲ ମାରିଲା ସର୍ବଦଳୀୟ ଉଦ୍ୟମ । ଜିଲ୍ଲା ପରିଷଦ ପାଇଁ ଲଢେଇ କରିବେ ଦୁଇ ପ୍ରାର୍ଥୀ । ସର୍ବଦଳୀୟ ନେତାଙ୍କ ସମ୍ମତିରେ ମମତା ଜାନି ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏହାପରେ ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଟିକା ଗେମେଲ ଓ ସବିନା ଗୁଡିଆ ମଧ୍ୟ ନାମାଙ୍କନ ଦାଖଲ କରିଥିଲେ । କିନ୍ତୁ ଏହାପରେ ସ୍ୱାଧିନ ପ୍ରାର୍ଥୀ ସବିନା ଗୁଡିଆ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଫଳରେ ଏବେ ଜିଲ୍ଲା ପରିଷଦ ପାଇଁ ଲଢେଇ କରିବେ ଦୁଇ ପ୍ରାର୍ଥୀ ମମତା ଜାନି ଓ ଟିକା ଗେମେଲ ।
ସର୍ଵଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଟିକାଇ ଗେମେଲ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବେ । ସର୍ଵଦଳୀୟ କମିଟି ପକ୍ଷରୁ ତାଙ୍କୁ ବୁଝେଇବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଟିକାଇ ଗେମେଲ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନାହାନ୍ତି । ଆନ୍ଧ୍ର ସରକାରଙ୍କ ପକ୍ଷରୁ ଟିକାଇ ଗେମେଲଙ୍କୁ ପ୍ରଭାବିତ କରାଯାଇଥିବା ସନ୍ଦେହ କରାଯାଉଛି ।