THE BYAPINI

କନିକା ରାଜପରିବାରରେ ବୀଭତ୍ସ ହତ୍ୟାକାଣ୍ଡ

Get real time updates directly on you device, subscribe now.

କନିକା ରାଜପରିବାରରେ ବୀଭତ୍ସ ହତ୍ୟାକାଣ୍ଡ । କଟକ କନିକା ଛକସ୍ଥିତ ଶ୍ରୀବିହାର କଲୋନିରେ ରହୁଥିବା ରାଜପରିବାରରେ ମାଆକୁ ହତ୍ୟା କରିଛି ପୁଅ । କନିକା ରାଜାଙ୍କ ନାତୁଣୀ ବୋହୂ ପରେଶ କୁମାରୀ ଭଞ୍ଜଦେଓଙ୍କୁ ହତ୍ୟା କରିଛି ତାଙ୍କ ପୁଅ ଗୋପାଳ ଭଞ୍ଜଦେଓ । ୭୫ ବର୍ଷୀୟା ମାଆଙ୍କୁ କଟୁରୀରେ ହାଣି ହତ୍ୟା କରିଛି ପୁଅ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗୋପାଳଙ୍କ ମାନସିକ ଅବସ୍ଥା ଠିକ ନଥିଲା ଏବଂ ସବୁବେଳେ ମାଆଙ୍କ ସହ ଝଗଡା ଲାଗିରହୁଥିଲା । ଆଜି ସକାଳେ ଘରର ଉପର ମହଲାରେ ମାଆ-ପୁଅଙ୍କ ଭିତରେ ପ୍ରବଳ ଝଗଡା ଲାଗିଥିଲା । ଫଳରେ ଉତ୍ୟକ୍ତ ପୁଅ ଅତି ବିଭତ୍ସ ଭାବେ ମାଆଙ୍କୁ ହାଣି ହତ୍ୟା କରିଥିଲା ।
ମାଆକୁ ହତ୍ୟା କରି ପୁଅ ଫେରାର ହୋଇ ଯାଉଥିବାବେଳେ କାବୁ କରିଛି ବିଡାନାସି ପୋଲିସ । ତାଙ୍କୁ ଅଟକ ରଖି ପଚରା ଉଚରା ଚଳାଇଥିବାବେଳେ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରି ସାଇଂଟିଫିକ ଟିମ୍ । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ଏସସିବି ମେଡିକାଲକୁ ପଠା ଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.