THE BYAPINI

ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ଜାରି କଲା ନିର୍ବାଚନୀ ଇସ୍ତାହାର

Get real time updates directly on you device, subscribe now.

ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ଜାରି କଲା ନିର୍ବାଚନୀ ଇସ୍ତାହାର । ବିଜେପି ସଭାପତି ସମୀର ମହାନ୍ତି ଓ ଅନ୍ୟ ବରିଷ୍ଠ ନେତୃବନ୍ଦଙ୍କ ଉପସ୍ଥିତିରେ ଇସ୍ତାହାର ପତ୍ର ଉନ୍ମୋଚିତ ହୋଇଛି । ପଂଚାୟତା ଗ୍ରାମସଭା, ପଲ୍ଲୀ ସଭା ଆଦି ହେବ । କେନ୍ଦ୍ର ପଠାଉଥିବା ଟଙ୍କା ତୃଣମୂଳ ସ୍ତରରେ ସଠିକ୍ ଭାବେ ବିନିଯୋଗ ହେଉଛି କି ନାହିଁ, ତାହା ଜଗିବ ବିଜେପି । ପଞ୍ଚାୟତ ସ୍ତରରେ ବ୍ୟାପକ ଅର୍ଥ ଲୁଟ୍ ହେଉଛି । ବିଜେଡି ନେତା ଏହି ଟଙ୍କା ଲୁଟ୍ କରୁଥିବା ନେଇ କହିଛି ବିଜେପି ।

ବିକାଶ ନାଁରେ ଠିକଦାର ସାଜି ବିଜେଡି ଦ୍ୱାରା କରାଯାଉଥିବା ଅର୍ଥଲୁଟକୁ ଏଣିକି ପ୍ରଶୟ ଦେବନି ବିଜେପି ବୋଲି ଇସ୍ତାହାର ପତ୍ରରେ କହିଛି । ତେବେ ରାଜ୍ୟରେ ମଣ୍ଡି ବ୍ୟବସ୍ଥାକୁ ସୁଦୃଢ କରାଯିବ ସହ ମହିଳା ସଶକ୍ତିକରଣ ଉପରେ ଧ୍ୟାନ ଦିଆଯିବ । ସେହିପରି ପ୍ରତ୍ୟେକ ପଂଚାୟତରେ ମହିଳାଙ୍କ ଦ୍ୱାରା ଉତ୍ପାହିତ ହେଉଥିବା ଜିନିଷକୁ ବଜାରରେ ବିକ୍ରିି କରାଯିବ । ଷ୍ଟ୍ରିଟ୍ ଲାଇଟ୍, ବର୍ଜ୍ୟ ବସ୍ତୁ ପରିଚାଳନ ଉପରେ ନିର୍ବାଚନୀ ଇସ୍ତାହାରରେ ବିଜେପି ଜୋର ଦେଇଛି ।ପଞ୍ଚାୟତ ବ୍ଲକରୁ ପିସି ରାଜରେ ପୂର୍ଣ୍ଣଚ୍ଛେଦ ପଡିବ । ପ୍ରତି ଗାଁରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବାକୁ ନିଶ୍ଚିିତ କରିବୁ । ପ୍ରତି ଘରକୁ ବିଜୁଳି ଓ ରନ୍ଧନ ଗ୍ୟାସ ସଂଯୋଗ ନିଶ୍ଚିତ କରିବି ।ମନେରଗାରେ ମେସିନ ନୁହେଁ ଶ୍ରମିକମାନେ କାମ କରିବେ ଓ ନିର୍ଦ୍ଧାରିତ ମଜୁରୀ ମିଳୁଛି କି ନାହିଁ ତାହା ସୁନିଶ୍ଚିତ କରିବ ବିଜେପି ।

Get real time updates directly on you device, subscribe now.

Leave A Reply

Your email address will not be published.