THE BYAPINI

ଡିଜିଙ୍କ ନିକଟରେ ଫେରାଦ ହେଲା ବିଜେପି

Get real time updates directly on you device, subscribe now.

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପୋଲିସ ଡିଜିଙ୍କ ନିକଟରେ ଫେରାଦ ହେଲା ବିଜେପି ।ନିର୍ବାଚନୀ ହିଂସା ନେଇ ପୋଲିସ ଡିଜିଙ୍କୁ ଭେଟିଲା ବିଜେପି ଟିମ । ପୋଲିସ ଡିଜି ଏସକେ ବଂସଲଙ୍କୁ ଭେଟି ବିଜେପି ଦେଇଛି ଦାବି ପତ୍ର । ନିର୍ବାଚନ ବେଳେ ଅଶାନ୍ତି ବାତାବରଣ ସୃଷ୍ଟି କରାଯାଉଛି । ମାଲକାନଗିରିରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଅପହରଣ ଠାରୁ ଆରମ୍ଭ କରି ଭଦ୍ରକରେ ବିଜେପି କର୍ମୀଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେବା ଘଟଣା ବୟାନ କରୁଛି ବଜେଡ଼ି କିଭଳି ଭାବେ ଆଇନକୁ ହାତକୁ ନେଇ ନିର୍ବାଚନୀ ହିଂସା କରୁଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସଠିକ ରହିବା ଦରକାର । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପୋଲିସ ଡିଜିଙ୍କ ନିକଟରେ ଫେରାଦ ହେଲା ବିଜେପି ।

Get real time updates directly on you device, subscribe now.

Leave A Reply

Your email address will not be published.