ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍ । ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ୨୪ ଘଂଟାରେ ୨ ହଜାର ୬୯୭ ନୂଆ ଆକ୍ରାନ୍ତ ଚିହ୍ନଟହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୫୬୮ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୨୯ ଜଣ ଚିହ୍ନଟ ହୋଇଛନ୍ତି । ଶୁନରୁ ୧୮ ବର୍ଷ ମଧ୍ୟରେ ୪୩୫ ଜଣ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ସୁନ୍ଦରଗଡ଼ରୁ ୨୯୧, କଟକରୁ ୧୩୮, ମୟୂରଭଞ୍ଜରୁ ୧୨୮,ଯାଜପୁରରୁ ୧୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୨ ହଜାର ୧୦୨କୁ ବୃଦ୍ଧି ପାଇଛି ।
ଦେଶରେ ଦୈନିକ ସଂକ୍ରମଣ ଦେଢ଼ ଲକ୍ଷ ତଳକୁ ଖସିଛି। ୨୪ ଘଣ୍ଟା ମଧ୍ୟରେ ୧,୪୯,୩୯୪ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗୁରୁବାର ଠାରୁ ଏହା ୧୩% କମ। ଦେଶରେ ପଜିଟିଭିଟି ରେଟ ୯.୨୭% ଥିବା ବେଳେ ସାପ୍ତାହିକ ଟିପିଆର ୧୨.୦୩% ରହିଛି।
ସେହିପରି ଦିନକରେ ୧ ହଜାର ୭୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦେଶରେ ମୋଟ ମୃତ୍ୟୁସଂଖ୍ୟା ୫ ଲକ୍ଷ ଟପିଛି । ୫ ଲକ୍ଷ ୫୫ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା । ୨୪ ଘଣ୍ଟାରେ ୨ ଲକ୍ଷ ୪୬ ହଜାର ୬୭୪ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇଁ ୧୪ ଲକ୍ଷ ୩୫ ହଜାର ୫୬୯ରେ ପହଞ୍ଚିଛି । ଏଯାଏଁ ଦେଶରେ ଟିକା ନେଲେଣି ୧୬୮ କୋଟି ୪୭ ଲକ୍ଷ ୧୬ ହଜାର ୬୮ ।
Get real time updates directly on you device, subscribe now.

Prev Post
Next Post