ଗଛକୁ ପିଟିଲା ଭ୍ୟାନ୍, ୬ମୃତ
କନ୍ଧମାଳ ଜିଲ୍ଲା ବାଲିଗୁଡା ଖହମଗୁଡା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କୋଟଗଡ କୁଟିବାଲି ଘାଟିରେ ଗଛକୁ ପିଟିଲା ପିକଅପ୍ ଭ୍ୟାନ୍ । ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ କୋଟଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ବାହାଘର ଭୋଜି ଖାଇବାକୁ ସାଲକି ଗାଁରୁ ମଦାଙ୍ଗି ଯାଉଥିବା ବେଳେ ଏହିୁ ଦୁର୍ଘଟଣା ଘଟିଛି ।