ରାଜ୍ୟରେ କମୁଛି ସଂକ୍ରମଣ ହେଲେ କମୁନି ମୃତ୍ୟୁ । ୨୪ ଘଂଟାରେ ୨ ହଜାର ୬୦୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୩୪୯ଜଣ । ସଂଗରୋଧରୁ ୧୫ଶହ ୨୧ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ହଜାରେ ୮୨ଜଣ । ଖୋର୍ଦ୍ଧାରୁ ୪୪୪ଜଣ, କଟକରୁ ୨୦୫ଜଣ, ସୁନ୍ଦରଗଡ଼ରୁ ୨୦୪ଜଣ । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୬୪ହଜାର ୭୦୫ଜଣ । ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୨୮ ହଜାର ୯୭୬ ଜଣ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୬ ହଜାର ୯୬୫ ଜଣ ।
୨୪ ଘଣ୍ଟାରେ ୨୬୦୩ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨୨ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୧୧କୁ ବୃଦ୍ଧି ପାଇଛି । ମୃତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୭ଜଣ ରହିଥିବା ବେଳେ ସୁନ୍ଦରଗଡ଼ ଓ କଟକ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି କେନ୍ଦୁଝର ଜିଲ୍ଲାରୁ ୨ଜଣ ରହିଥିବା ବେଳେ ସୋନପୁର, ନବରଙ୍ଗପୁର, ନୟାଗଡ଼, ବୌଦ୍ଧ, ଜଗତସିଂହପୁର, ଗଞ୍ଜାମ, ବାଲେଶ୍ୱର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
ଦେଶରେ କମୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ୧ ଲକ୍ଷ ୨୭ ହଜାର ୯୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୫୯ ଜଣଙ୍କ ମୃତ୍ୟୁ ହୋଇଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୩ ଲକ୍ଷ ୩୧ ହଜାର ୬୪୮ । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୧ ହଜାର ୧୧୪ । ପଜିଟିଭ ହାର ୭ ଦଶମିକ ୯୮ ପ୍ରତିଶତ । ସେହିପରି ଦେଶରେ ଦିନକରେ ୨,୫୯,୧୦୭ଜଣ ସୁସ୍ଥ ହୋଇଛନ୍ତିି ।
Get real time updates directly on you device, subscribe now.
Prev Post