THE BYAPINI

ପଦଯାତ୍ରା ହେବ, ଧର୍ମେନ୍ଦ୍ର ପ୍ରଧାନ ଆସିବେ ତ?

Get real time updates directly on you device, subscribe now.

ପରୀ ମୃତ୍ୟୁ ମାମଲାର ଏସଆଇଟି ପର୍ଦ୍ଦାଫାଶ କରି ଅପରାଧୀକୁ ଗିରଫ କରିବାକୁ ସଜବାଜ ହେଉଥିବା ବେଳେ ନିଜ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପଦଯାତ୍ରା କରିବା ଜିଦରେ ଅଟଳ ରହିଛି ରାଜ୍ୟ ବିଜେପି । ରାଜନୀତିକୁ ନେଇ ଆମେ ଉଠାଇଥିବା ପ୍ରଶ୍ନ ପରେ ରାଜ୍ୟ ବିଜେପି ତାର ଆଭିମୁଖ୍ୟକୁ ସ୍ପଷ୍ଟ କରିଛି । ଦଳ କହିଛି, ଆସନ୍ତା ୨୦ ରୁ ୨୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରୁ ନୟାଗଡ ଯଦୁପୁର ଅର୍ଥାତ୍ ପରୀ ଗାଁକୁ ୧୦୦ କିମି ପଦଯାତ୍ରା କରିବ ଦଳ । ହେଲେ ଆଶ୍ଚର୍ଯ୍ୟ କଲାଭଳି କଥା ହେଉଛି, ରାଜ୍ୟ ବିଜେପି କାହିଁକି ଗୋଟିଏ ନାବାଳିକା ସହ ହୋଇଥିବା ଅତ୍ୟାଚାର ପ୍ରସଙ୍ଗକୁ ନେଇ ରାଜନୀତି କରିବାକୁ ଚାହୁଁଛି?

ବିଜେପିର ଦାବି ଥିଲା ପରୀକୁ ନ୍ୟାୟ ମିଳୁ । ଆଉ ଯେତେବେଳେ ପରୀ ମାମଲାରେ ତଦନ୍ତ କରି ଅପରାଧୀ ଧରା ପଡିବା ଉପରେ ସେତେବେଳେ ରାଜ୍ୟ ବିଜେପି ନିଜର ଆଭିମୁଖ୍ୟ ବଦଳାଉଛି । ଟିକ ରାଜନୀତିରେ ନେତା ଦଳ ପରିବର୍ତ୍ତନ କଲା ଭଳି ପରୀ ପ୍ରସଙ୍ଗରେ ବିଜେପି ତାର ନିଜର ଷ୍ଟାଣ୍ଡ ବଦଳାଇ ରାଜନୀତି କରିବାକୁ ଆଗଭର ହୋଇଛି । ବିଜେପି କ୍ୟାମ୍ପରୁ ମିଳିଥିବା ସୂଚନା ଅନୁସାରେ, ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାନେତ୍ରୀ ବି. ଶ୍ରୀନିବାସନ ଏଥିରେ ସାମିଲ ହେବେ । ରାଷ୍ଟ୍ରୀୟ ମୁଖପାତ୍ର ସାମ୍ବିତ ପାତ୍ର ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମି ହେବେ । ସହିଭଳି ରାଜ୍ୟ ବିଜେପିର ତୁଙ୍ଗ ନେତା ଏବଂ ଅନ୍ୟ ସମର୍ଥକ ମଧ୍ୟ ଏହି ପଦଯାତ୍ରାରେ ଯୋଗଦେବେ ବୋଲି ଜଣାପଡିଛି ।

ବିଜେପି ପକ୍ଷରୁ କୁହାଯାଇଛି, ଏସଆଇଟି ଏକ କୁହେଲିକା । ମୂଳରୁ ଦଳ ସନ୍ଦେହ କରିଥିଲା ଏସଆଇଟି ତଦନ୍ତ ନାମରେ ଅପରାଧୀ ଓ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ବ୍ୟକ୍ତିବିଶେଷଙ୍କୁ ଘଣ୍ଟ ଘୋଡେଇବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି । ହାଇକୋର୍ଟକୁ ଦିଆଯାଇଥିବା ରିପୋର୍ଟ କେମିତି ବାହାରକୁ ଆସିଲା ବୋଲି ଦଳ ପ୍ରଶ୍ନ କରିଛି । ସରକାର ପ୍ରକୃତ ଦୋଷୀଙ୍କୁ ଦଣ୍ଡ ନଦେବା ଯାଏଁ ବିଜେପି ତାର ବିରୋଧ ଜାରି ରଖିବ । ୧୪୭ ବିଧାନସଭା କ୍ଷେତ୍ରରେ ପଦଯାତ୍ରା ଜାରି ରହିଛି । ଆସନ୍ତା ୨୦ରୁ ମହାପଦଯାତ୍ରା ଆୟୋଜିତ ହେବ । ୨୦ରୁ ଭୁବନେଶ୍ୱରରୁ ପଦଯାତ୍ରା ଆରମ୍ଭ ହେଇ ୨୪ରେ ପରୀର ଗାଁ ନୟାଗଡ଼ ଜିଲ୍ଲାର ଯଦୁପୁରରେ ପହଞ୍ଚିବ ।

ରାଜ୍ୟ ବିଜେପିକୁ ଆମେ କିଛି ପ୍ରଶ୍ନ କରିବାକୁ ଚାହିିଁବୁ

  • କାହିଁକି ପରୀ ମାମଲାରେ ଦଳ ରାଜନୀତି କରୁଛି?
  • ଅପରାଧୀ ଧରା ପଡୁ ବୋଲି କଣ ଦଳ ଚାହୁଁନଥିଲା?
  • ପରୀ ମାମଲାରେ ଅରୁଣ ସାହୁଙ୍କୁ ଦଳ ଟାର୍ଗେଟ କରୁଛି କି?
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦଯାତ୍ରାରେ ସାମିଲ ହେବେ କି?
  • ଅରୁଣ ସାହୁଙ୍କ ଉପରେ ଧର୍ମେନ୍ଦ୍ରଙ୍କ ପୁରୁଣା ରାଗକୁ ସୁଝାଉଛି କି ଦଳ?

ଗୋଟିଏ ରାଜନୈତିକ ଦଳ ଭାବେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରିବା ଏବଂ ପ୍ରତିବାଦ କରିବାର ଅଧିକାର ସେମାନଙ୍କର ହିଛି । ହେଲେ ଗୋଟିଏ ନାବାଳିକା ସହ ହୋଇଥିବା ଅତ୍ୟାଚାରକୁ ଆଧାର କରି ରାଜନୈତିକ ରୁଟି ସେକିବା କାହିଁକି କେଜାଣି ଶୋଭନୀୟ ହୋଇପାରୁ ନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.