THE BYAPINI

ରାଜଧାନୀ ରାଜରାସ୍ତାରେ ଗର୍ଜିଲା ବିଜେପି

Get real time updates directly on you device, subscribe now.

ଭୁବନେଶ୍ୱର ଶିଶୁଭବନ ଛକରେ ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି । ନବୀନ ନିବାସ ଘେରାଉ ପାଇଁ ରାଜଭବନ ଛକରୁ ବାହାରିଥିଲେ ଶତାଧିକ ବିଜେପି କର୍ମୀ । ଶିଶୁ ଭବନ ଛକରେ ପୋଲିସ ବିଜେପି କର୍ମୀଙ୍କୁ ଅଟକାଇଥିଲା । ବିଜେପି କର୍ମୀ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା ।
ମମିତା ମେହେର ପ୍ରସଙ୍ଗରେ ବିଜେପି ପକ୍ଷରୁ ଆଜି ଏକ ବିଶାଳ ଶୋଭାଯାତ୍ରା ରାଜମହଲରୁ ନବୀନ ନିବାସମୁହାଁ ହୋଇଥିବା ବେଳେ ଶିଶୁ ଭବନ ଛକରେ ସୃଷ୍ଟି ହୋଇଛି ଅପ୍ରୀତିକର ପରିସ୍ଥିତି। ଭୁବନେଶ୍ୱର ଶିଶୁ ଭବନ ଛକରେ ବିଜେପି କର୍ମୀ-ପୁଲିସ ଧସ୍ତାଧସ୍ତି ହୋଇଥିବା ବେଳେ ଶତାଧୀକ ମହିଳା କର୍ମୀଙ୍କୁ ଗିରଫ କରିଛି ପୁଲିସ୍‌।
ମମିତା ମେହେର ହତ୍ୟାକାଣ୍ଡକୁ ପ୍ରାୟ ୬ ମାସ ବିତିବାକୁ ବସିଥିବା ବେଳେ ଚାର୍ଜସିଟ୍‌ ଦାଖଲକୁ ୧୨୦ ଦିନ ବିତିଲାଣି। ଜଣେ ଝିଅକୁ ଦିନ ଦିପ୍ରହରରେ ଅପହରଣ କରାଯାଇ ହତ୍ୟା କରି ପୋଡ଼ି ପୋତି ଦିଆଗଲା । ପୁଲିସ୍‌ କେବଳ ଗୋବିନ୍ଦ ସାହୁକୁ ଗିରଫ କରି ଚୁପ୍‌ ବସିଛି। ହେଲେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରିବା ନାଁ ଧରୁ ନାହିଁ ପୁଲିସ୍‌। ଏପରିକି ଅଭିଯୁକ୍ତକୁ ଘଣ୍ଟ ଘୋଡ଼ାଇ ରଖାଯାଇଛି ବୋଲି କହି ଗର୍ଜିଛନ୍ତି ବିଜେପି ନେତ୍ରୀ।

Get real time updates directly on you device, subscribe now.

Leave A Reply

Your email address will not be published.