THE BYAPINI

ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ୍

Get real time updates directly on you device, subscribe now.

ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ୍ ।ବିଶ୍ୱଜିତ୍ ମହାପାତ୍ରଙ୍କ ଘରେ ଚଢାଉ ଚାଲିଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍ କରାଯାଉଛି ।ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ, ବାଲିଅନ୍ତା ବାସଭବନରେ ରେଡ୍ ଚାଲିଛି । ସେହିପରି ଜଗତସିଂହପୁର ରଘୁନାଥପୁର ସ୍ଥିତ ପୈତୃକ ଘରେ ଚଢାଉ । ମଣିଜଙ୍ଗା ସ୍ଥିତ ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ୍ କରାଯାଉଛି । ରାଜଗାଙ୍ଗପୁର ଓସିଏଲ୍ କ୍ୟାମ୍ପସ ସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ୍ କରାଯାଉଛି ।
ଭିଜିଲାନ୍ସ ବିଭାଗର ୮ ଜଣ ଡିଏସପି, ଦୁଇ ଜଣ ଇନ୍ସିପେକ୍ଟର ଓ ୫ଜଣ ଏଏସ୍ଆଇଙ୍କ ସେମତ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।ଦୀର୍ଘଦିନ ହେଲା ବିଶ୍ୱଜିତ ମହାପାତ୍ର ଭିଜିଲାନ୍ସ ସ୍କାନରରେ ଥିଲେ। ତାଙ୍କ ନାଁରେ ଅନେକ ଅଭିଯୋଗ ହୋଇଥିଲା। ସୁନ୍ଦରଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପଦବୀରେ ଥାଇ ସେ ଏମ୍‌ସିଏଲର ବିସ୍ଥାପିତଙ୍କୁ ଟଙ୍କା ପ୍ରଦାନରେ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା।ଜଣେ ଆରଆଇଙ୍କ ମାଧ୍ୟମରେ ସେ ବିସ୍ଥାପିତଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଭିଜିଲାନ୍ସ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଟିମ୍‌ ଏହାର ତଦନ୍ତ କରିବା ପରେ ଆଜି ବିଶ୍ୱଜିତଙ୍କ ଘର ସମେତ ୭ଟି ସ୍ଥାନରେ ଚଢ଼ାଉ କରିଛି।

 

 

Get real time updates directly on you device, subscribe now.

Leave A Reply

Your email address will not be published.