THE BYAPINI

ଅତିରିକ୍ତ ଏସପିଙ୍କ ଘରେ ଭିଜିଲାନ୍ସ ରେଡ୍

Get real time updates directly on you device, subscribe now.

ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଏସ୍‌ପି। ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିୱଲାନ୍ସ ପକ୍ଷରୁ ରେଡ୍‌ କରାଯାଉଛି । ବିଭିନ୍ନ ଜିଲ୍ଲାର ୧୧ଟି ସ୍ଥାନରେ ଏକକାଳୀନ ଭାବେ ଚଢାଉ ଚାଲିଛି । କଟକ, ଭୁବନେଶ୍ୱର, ନବରଙ୍ଗପୁର, ଯାଜପୁର, ଜଗତସିଂହପୁରରେ ରେଡ୍ କରାଯାଉଛି । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି ।
ଭୁବନେଶ୍ୱର ସ୍ଥିତ ରସୁଲଗଡର ଏକ ବିଲ୍ଡିଂରେ ଚଢାଉ ଚାଲିଛି । ନବରଙ୍ଗପୁରରେ ଥିବା ପୈତୃକ ଘରେ ଭିଜିଲାନ୍ସ ଚଢାଉ ଚାଲିଛି । ଯାଜପୁର ତେଲିଘରସ୍ଥିତ ଶାନ୍ତିଲତା ଫାର୍ମ ହାଉସରେ ଚଢାଉ କରାଯାଉଛି । ଚଣ୍ଡିଖୋଲ ବଜାରର ଶାନ୍ତିଲତା କେୟାର, ନର୍ସିଂହୋମରେ ଚଢାଉ ଚାଲିଛି । ସେହିପରି ଶାନ୍ତିଲତା ଟ୍ରାନ୍ସପୋର୍ଟର ୨ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରୁଛି ।ରେଡରେ ୩ଅତିରିକ୍ତ ଏସପି, ୧୦ଡିଏସପି, ୧୩ଇନ୍ସପେକ୍ଟର ସାମିଲ ଅଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.