THE BYAPINI

ଏବେ ୧୨ ରୁ ୧୫ ବର୍ଷର ପିଲାଙ୍କୁ ଦିଆଯାଇପାରେ କରୋନା ଟିକା!

Get real time updates directly on you device, subscribe now.

ଏବେ ୧୨ ରୁ ୧୫ ବର୍ଷର ପିଲାଙ୍କୁ ଦିଆଯାଇପାରେ କରୋନା ଟିକା । ବାୟୋଲୋଜିକାଲ ଇର କୋଭିଡ୍ ୧୯ ଭ୍ୟାକ୍ସିନ କୋରବେଭ୍ୟାକ୍ସକୁ ଜରୁରୀକାଳୀନ ମଞ୍ଜୁରୀ ମିଳିଥିଲା। ଏବେ ମଙ୍ଗଳବାର ଏହା ଲୋକଙ୍କ ପାଇଁ ଉପଲବ୍ଧ ହେବାକୁ ଯାଉଛି। ଡିଜିସିଆଇ କୋରବେଭ୍ୟାକ୍ସର ୧୨ ରୁ ୧୮ ବର୍ଷ ବର୍ଗଙ୍କ ଟିକାକରଣ ପାଇଁ ମଧ୍ୟ ସୁପାରିଶ କରିଛି। ଶୀଘ୍ର ଡିଜିସିଆଇ ଡବଲ୍ ଡୋଜ୍ ବିଶିଷ୍ଟ ଏହି ଭ୍ୟାକ୍ସିନକୁ ଚୂଡାନ୍ତ ମଞ୍ଜୁରୀ ଦେଇପାରେ। ସରକାରୀ ସୂତ୍ର ଅନୁଯାୟୀ, କୋରବେଭ୍ୟାକ୍ସର ମୂଲ୍ୟ ପ୍ରାୟ ୧୪୫ ଟଙ୍କା ରହିଛି। ଏଥିରେ କୌଣସି ଟ୍ୟାକ୍ସ ଅନ୍ତର୍ଭୁକ୍ତ ନାହିଁ।
ଗତ ବର୍ଷ ଡିସେମ୍ବରରେ ଡିଜିସିଆଇ କୋରବେଭ୍ୟାକ୍ସର ଜରୁରୀକାଳୀନ ମଞ୍ଜୁରୀ ଦେଇଥିଲା। ମାତ୍ର ସଂପ୍ରତି ଦେଶରେ ଜାରି ଟିକାକରଣ ଅଭିଯାନରେ ଏହି ଭ୍ୟାକ୍ସିନକୁ ସାମିଲ୍ କରାଯାଇ ନାହିଁ। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହା ଆରବିଡି ପ୍ରୋଟିନ ସବ ୟୁନିଟ୍ ଭ୍ୟାକ୍ସିନ।

Get real time updates directly on you device, subscribe now.

Leave A Reply

Your email address will not be published.