THE BYAPINI

କୂଅରେ ଖସିପଡି ୧୩ ମୃତ

Get real time updates directly on you device, subscribe now.

ଫିକା ପଡ଼ିଲା ବିବାହ ଉତ୍ସବ । ଦୁଃଖରେ ପରିଣତ ହେଲା ବିବାହର ଖୁସି । ଉତ୍ତର ପ୍ରଦେଶ କୁଶିନଗରରେ ଅଭାବନୀୟ ଘଟଣା ବିବାହ ପାର୍ଟି ଚାଲିଥିବା ବେଳେ ଅସାବଧାନତା ଯୋଗୁଁ କୂଅରେ ଖସିପଡ଼ି ୧୩ ଜଣଙ୍କ ମୃତ୍ୟୁ ଘଟିଛି । କୂଅରେ ପଡ଼ିଥିବା ସ୍ଲାବ୍ ଉପରେ ଅଧିକ ଲୋକ ବସିବାରୁ ଅଘଟଣ ଘଟିଥିବା ସୂଚନା ମିଳିଛି।
କୂଅ ଉପରେ ସ୍ଲାବ୍ ପଡ଼ିଥିବା ବେଳେ ବିବାହ ଉତ୍ସବକୁ ଆସିଥିବା ଲୋକେ ଜାଣି ନପାରି ତା ଉପରେ ବସିଥିଲେ। ତେବେ ଅଧିକ ଲୋକେ ବସିବାରୁ ସ୍ଲାବ୍ ଭାର ସମ୍ଭାଳି ନପାରିବାରୁ ଏହା ତଳକୁ ଖସି ପଡ଼ିଥିଲା । ଫଳରେ ସ୍ଲାବ୍ ଉପରେ ବସିଥିବା ଲୋକେ ମଧ୍ୟ କୂଅକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମେଡିକାଲରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି ।
କୁହାଯାଉଛି ଏହି ହଳଦି ରସମ୍ ପାଇଁ ପାଖାପାଖି ୫୦ରୁ ୬୦ ଜଣ ମହିଳା ଏକାଠି ହୋଇଥିଲେ । ପାଖାପାଖି ୩୫ ଜଣ ମହିଳା କୁଅ ଭିତରକୁ ଖସିପଡ଼ିଥିଲେ । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି ।ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.