ସକାଳ ୯ଟା ସୁଦ୍ଧା ୨୦% ମତଦାନ
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ସକାଳ ୯ଟା ସୁଦ୍ଧା ୨୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଜାରି ରହିବ । ଭୋଟ୍ ଦେଇ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ବାଛିବେ ଭୋଟର ।ପ୍ରତି ବ୍ଲକ୍ ହେଡ୍ କ୍ବାର୍ଟରରେ ମହିଳାମାନଙ୍କ ପାଇଁ ଗୋଟିଏ ଲେଖାଏଁ ପିଙ୍କ୍ ବୁଥ୍ ଖୋଲାଯାଇଛି । ଦିନ ୧ଟା ସୁଦ୍ଧା ଯେଉଁମାନେ ବୁଥ୍ ଭିତରେ ଥିବେ ସେମାନଙ୍କୁ ଭୋଟ୍ ଦେବାକୁ ସୁଯୋଗ ଦିଆଯିବ।