THE BYAPINI

ଦେଶରେ କମୁଛି ସଂକ୍ରମଣ

Get real time updates directly on you device, subscribe now.

ଦେଶରେ କମୁଛି ସଂକ୍ରମଣ । ଦେଶରେ ୨୪ ଘଂଟା ଭିତରେ ୨୫ ହଜାର ୯୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଂଟା ଭିତରେଦେଶରେ ୪୯୨ ଜଣଙ୍କ ମୃତ୍ୟୁ ହୋଇଛି । ଦୈନିକ ପଜିଟିଭ ହାର ୨ ଦଶମିକ ୦୭ ପ୍ରତିଶତ ରହିଛି ।
ଏବେ ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨ ଲକ୍ଷ ୯୨ ହଜାର ୯୨ । ସେହିପରି ଗତ ୨୪ ଘଂଟା ଭିତରେ ଦେଶରେ ୬୬ ହଜାର ୨୫୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।
ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୭୧ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୧୪୫୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୭୬କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩ ଜଣ, ଅନୁଗୁଳ, କଟକ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଁଏ,ବାଲେଶ୍ବର, ବରଗଡ଼, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜର, ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୭୬କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.