THE BYAPINI

ୟୁକ୍ରେନରେ ବଡ଼ ବିସ୍ଫୋରଣ

Get real time updates directly on you device, subscribe now.

ଋଷ ଓ ୟୁକ୍ରେନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଯୁଦ୍ଧ ହେବ ନାହିଁ ବୋଲି ଉଭୟ ଦେଶ ଦାବି କରୁଥିବା ବେଳେ କିନ୍ତୁ ପ୍ରକୃତ ସ୍ଥିତି ଓଲଟା । ଶୁକ୍ରବାର ୟୁକ୍ରେନରେ ଏକ କାର ମଧ୍ୟରେ ବଡ ବିସ୍ଫୋରଣ ହୋଇଛି । ପୂର୍ବ ୟୁକ୍ରେନର ଡାନେଟସ୍କ ଅଞ୍ଚଳରେ ଏହା ଘଟିଛି । ପୂର୍ବ ୟୁକ୍ରେନର ଲୁହାନସ୍କରେ ବିସ୍ଫୋରଣ ହୋଇଛି । ଲୁହାନସ୍କର ଗ୍ୟାସ୍ ପାଇପ୍ ଲାଇନ୍ ନିକଟରେ ବିସ୍ଫୋରଣ ହୋଇଛି । ସେପଟେ ଯୁଦ୍ଧ ନେଇ ଆଶଙ୍କା ପ୍ରକାଶ କରିଛି ଆମେରିକା । ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ୟୁକ୍ରେନ୍ ଉପରେ ଆକ୍ରାମଣ ପାଇଁ ମନ ସ୍ଥିର କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ରୁଷ ସେନା ପ୍ରତ୍ୟାହାର କରିବା ପରିବର୍ତ୍ତେ ୟୁକ୍ରେନ୍ ସୀମା ଆଡକୁ ପଠାଉଛନ୍ତି ।
ଶୁକ୍ରବାର ଘଟିଥିବା କାର୍ ବୋମା ବିସ୍ଫୋରଣ ପାଇଁ ଋଷ ୟୁକ୍ରେନକୁ ଦାୟୀ କରିଛି । ସେହିପରି ଯେଉଁ ଅଞ୍ଚଳକୁ ବିଛିନ୍ନତାବାଦୀମାନେ କବଜା କରିଛନ୍ତି, ସେଠାରୁ ଶିଶୁ ଓ ମହିଳାମାନେ ପଳାୟନ ଆରମ୍ଭ କରିଦେଲେଣି । ଯୁଦ୍ଧ ହେବ କହି ସମସ୍ତଙ୍କୁ ଦୂର ସ୍ଥାନକୁ ପଠାଇ ଦିଆଯାଉଛି । ତେବେ ୟୁକ୍ରେନ ଋଷର ସମସ୍ତ ଦାବିକୁ ଖାରଜ କରିଦେଇଛି । ଓଲଟା ଋଷ ଉପରେ ଅଭିଯୋଗ କରିଛି ୟୁକ୍ରେନ ।
ହାରି ଭିତରେ ୟୁକ୍ରେନ୍ ସୀମାରେ ଆଟାକ୍ ପଜିସନ୍ରେ ରହିଛନ୍ତି ରୁଷର ୪୦ରୁ ୫୦ ଜଣ ସୈନିକ । ରୁଷ ୟୁକ୍ରେନ୍ ସୀମାରେ ସୈନ୍ୟ ସଂଖ୍ୟା ବଢାଇ ଚାଲିଛି ବୋଲି ଆମେରିକା ଲାଗତର ଦାବି କରି ଆସୁଛି । ୟୁକ୍ରେନ୍ ନିକଟରେ ରୁଷ ପ୍ରାୟ ୧ ଲକ୍ଷ ୯୦ ହଜାର ସୈନ୍ୟ ମୁତୟନ କରିଛି ବୋଲି କୁହାଯାଉଛି । ଗତ ଜାନୁଆରୀରେ ଏହି ସଂଖ୍ୟା ଥିଲା ୧ ଲକ୍ଷ । ୟୁକ୍ରେନ୍ ସଂକଟ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କାନାଡା, ୟୁରୋପ ଓ ନାଟୋର ବିଭିନ୍ନ ନେତାଙ୍କ ସହ ବୈଠକ କରିବେ ।

Get real time updates directly on you device, subscribe now.

Leave A Reply

Your email address will not be published.