୪୫ଟି ବୁଥରେ ସାନି ମତଦାନ
୪୫ଟି ବୁଥରେ ହେବ ସାନି ମତଦାନ । ଆସନ୍ତା ୨୩ ତାରିଖରେ ସକାଳ ୯ଟାରୁ ଏହି ୪୫ଟି ବୁଥରେ ମତଦାନ ଆରମ୍ଭ ହୋଇ ଦିନ ୩ଟା ପର୍ୟ୍ୟନ୍ତ ଚାଲିବ । ତେବେ ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନରେ ଯେଉଁ ଯେଉଁ ବୁଥରେ ମତଦାନ ହୋଇପାରିନଥିଲା, ସେହି ବୁଥରେ ପୁଣିଥରେ ମତଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ମିଳିଥିବା ସୂଚନା ମୁତାବକ ପ୍ରଥମ ପର୍ୟ୍ୟାୟରେ ୨୫ଟି ବୁଥରେ ମତଦାନ ହୋଇପାରିନଥିଲା । ସେହିପରି ଦ୍ୱିତୀୟ ପର୍ୟ୍ୟାୟରେ ୨୦ଟି ବୁଥରେ ଭୋଟ୍ ପଡିନଥିଲା । ତେଣୁ ଏହି ୪୫ଟି ବୁଥରେ ଆସନ୍ତା ୨୩ ତାରିଖ ଭୋଟ୍ ପଡିବା ନେଇ ନିଷ୍ପତ୍ତି ନିଆଯାଇଛି ।