ରାଜନଗରରେ ନିର୍ବାଚନୀ ହିଂସା..ପୁଲିସକୁ ପିଟିଲେ ଲୋକେ
ରାଜନଗର ଗୋଖଣିରେ ନିର୍ବାଚନୀ ହିଂସା । ରାଜ୍ୟରେ ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି । ପ୍ରଥମେ ଯାଜପୁରରେ ନିର୍ବାଚନୀ ହିଂସା ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ରାଜନଗରରୁ ମଧ୍ୟ ନିର୍ବାଚନୀ ହିଂସା ଘଟଣା ସାମ୍ନାକୁ ଆସିଛି । ରାଜନଗରର ଡେରା ପଞ୍ଚାୟତର ଗୋଖଣି ଗାଁରେ ପୋଲିସକୁ ମାଡ ମାରିଛନ୍ତି କିଛି ଗ୍ରାମବାସୀ । ପ୍ଲାଷ୍ଟିକ ପାଇପରେ ମାଡ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ଗୋଖଣି ଗାଁରେ ଭୋଟଦାନ ଚାଲିଥିବା ବେଳେ ଭୋଟର ତାଲିକାରେ ଜଣେ ଭୋଟରଙ୍କ ନାଁ ନଥିବା ନେଇ ଉତ୍ତେଜନା ଦେଖା ଦେଇଥିଲା । ପରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ଉତ୍ତ୍ୟକ୍ତ ଲୋକେ ପୋଲିସକୁ ଆକ୍ରମଣ କରିବାକୁ ପଛାଇ ନଥିଲେ । ପୋଲିସକୁ ଘେରି ଯାଇ କିଛି ଲୋକ ପ୍ଲାଷ୍ଟିକ ପାଇପରେ ପିଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।