ଆଜି ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଚାଲିଛି ଚତୁର୍ଥ ପର୍ୟ୍ୟାୟ ମତାଦାନ । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ୧୬୩ଟି ଜିଲ୍ଲା ପରିଷଦ ଆସନରେ ମୋଟ ୬୬୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଭୋଟ୍ ବାକ୍ସରେ ସିଲ୍ ହୋଇ ରହିଯିବ।୧୭ ହଜାର ୮୯ଟି ବୁଥରେ ମତଦାନ କରିବେ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର । ସେଥିରୁ ୨ହଜାର ୫୬୩ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି ।ଏହି ବୁଥ ଉପରେ କଡା ନଜର ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।
ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଏହି ସବୁ ବୁଥ୍ରେ ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।ଭୋଟିଂ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।ପୋଲିସ ବାହିନୀର ସିଧାବାଣୀ, ଯେଉଁ ସ୍ଥାନରେ ଗଣ୍ଡଗୋଳ, ବୁଥ ରିଗିଂ, ଭୋଟ ବାକ୍ସ ଛଡାଇ ନେବାଭଳି ଅଭିଯୋଗ ଆସିବ, ସେଠାରେ ଆଉ ତ୍ରାହି ନାହିଁ। ୨୨ ଓ ୨୪ ତାରିଖ ନିର୍ବାଚନ ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ ପାଇଁ ବ୍ୟବସ୍ଥା କରାଯାଇଛି ।