ଋଷର ସେନା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୋଲାଖୋଲି ଭାବେ ୟୁକ୍ରେନ ବିରୋଧରେ ସାମାରିକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟିନ ମିଲାଟାରୀ ଅପରେସନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୁଟିନ ସାମରିକ କାର୍ୟ୍ୟାନୁଷ୍ଠାନ ପାଇଁ ରୁଷ ସୈନ୍ୟଙ୍କୁ ନିର୍ଦ୍ଦେଶ ଦେଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପାଇଛି।
ର୍ଘ ଦିନ ହେଲା ରୁଷ ପକ୍ଷରୁ ସୀମାରେ ଯୁଦ୍ଧାଭ୍ୟାସ କରାଯାଉଥିଲା। ଏଥିସହ ୟୁକ୍ରେନକୁ ରୁଷ ୩ ପଟୁ ଘେରାବନ୍ଦୀ କରିଥିଲା। ଏଥିସହ ସେ ୟୁକ୍ରେନକୁ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଦୁଇ ଦିନ ତଳେ ପୁଟିନ ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଞ୍ଚଳକୁ ସ୍ୱତନ୍ତ୍ର ସ୍ଥାନର ମାନ୍ୟତା ଦେଇଥିଲେ। ଏହାକୁ ନେଇ ତୀବ୍ର ତିକ୍ତତା ଦେଖିବାକୁ ମିଳିଛି। ୟୁକ୍ରେନ ମଧ୍ୟ ରୁଷ ଆଡ଼ୁ ଥିବା ବିପଦରୁ ଦୃଷ୍ଟିରେ ରଖି ନିଜ ଦେଶରେ ୩୦ ଦିନ ପାଇଁ ଜାତୀୟ ଜରୁରୀ ପରିସ୍ଥିତି ଲାଗୁ କରିଛି।
ଅନ୍ୟପକ୍ଷରେ ରୁଷର ଏପରି ଘୋଷଣା ପରେ କ୍ରମାଗତ ୩ୟ ଥର ପାଇଁ ରୁଷ ଓ ୟୁକ୍ରେନ ବିବାଦ ମଧ୍ୟରେ ଜାତିସଂଘ ସୁରକ୍ଷା ପରିଷଦ ଜରୁରୀ ବୈଠକ ବସିବାକୁ ଯାଉଛି।