THE BYAPINI

ଯୁଦ୍ଧର ପ୍ରଥମ ଦିନରେ ୟୁକ୍ରେନରେ ୧୩୭ ଜଣଙ୍କ ମୃତ୍ୟୁ

Get real time updates directly on you device, subscribe now.

ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଯାଇଛି। ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ପ୍ରଥମ ଦିନ ରୁଷ କରିଥିବା ହମଲାରେ ୟୁକ୍ରେନ ୧୩୭ ଜଣଙ୍କୁ ହରାଇଥିବା ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି, ରୁଷ କରିଥିବା ଆକ୍ରମଣ ଯୋଗୁ ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ୧୩୭ ଜଣ ସାଧାରଣ ଲୋକ ଓ ଯବାନଙ୍କୁ ହରାଇଛି। ଏଥିସହ ରୁଷ ସହ ଲଢ଼େରେ ଶତାଧିକ ଯବାନ ଓ ସାଧାରଣ ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି।
ରୁଷ କେବଳ ୟୁକ୍ରେନର ସାମାରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରୁଥିବା ଦାବି କରିଛି। ହେଲେ ରୁଷ ସୈନ୍ୟମାନେ ସାଧାରଣ ଲୋକଙ୍କ ପ୍ରତିଷ୍ଠାନ ଗୁଡ଼ିକ ଉପରେ ମଧ୍ୟ ହମଲା କରୁଛନ୍ତି। ରୁଷ ସୈନ୍ୟ ରାଜଧାନୀ କିଭ୍‌ ନିକଟରେ ପହଞ୍ଚି ଯାଇଛନ୍ତି। ଏହାକୁ ସେମାନେ କୌଣସି ବି ମୁହୂର୍ତ୍ତରେ ଦଖଲ କରିପାରନ୍ତି। ସେହିପରି କିଭ୍‌ ଉପରେ ରୁଷ ଏୟାର ଷ୍ଟ୍ରାଇକ କରିଥିବା ମଧ୍ୟ ଖବର ମିଳିଛି। ଏହାବାଦ ରୁଷ ଯବାନମାନେ ୟୁକ୍ରେନର ଶତାଧିକ ସୈନ୍ୟଙ୍କୁ ବନ୍ଧକ ରଖିଛନ୍ତି। ଏମାନଙ୍କ ମଧ୍ୟରେ ମହିଳା ସୈନ୍ୟ ବି ରହିଛନ୍ତି।
ରୁଷ ହମଲାରେ ୭୦ରୁ ଅଧିକ ଏୟାରବେସ ଓ ସାମରିକ ପ୍ରତିଷ୍ଠାନ ଧ୍ୱଂସ ହୋଇଯାଇଛି ବୋଲି ମସ୍କୋ ଦାବି କରିଛି।

Get real time updates directly on you device, subscribe now.

Leave A Reply

Your email address will not be published.