THE BYAPINI

ପଞ୍ଚାୟତ ଫଇସଲା: ଭୋଟ ଗଣତି ଆରମ୍ଭ

Get real time updates directly on you device, subscribe now.

୨୦୨୨ ପଞ୍ଚାୟତ ଲଢେଇର ସବୁଠୁ ବଡ କସରତ । ଆରମ୍ଭ ହେଲା ଭୋଟ୍ ଗଣତି । ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଜୋନ ପାଇଁ ଗଣତି ଆରମ୍ଭ । ସମସ୍ତ ବ୍ଲକ ହେଡ୍ କ୍ୱାର୍ଟରରେ ଗଣତି ଆରମ୍ଭ । ପ୍ରଥମେ ୱାର୍ଡମେମ୍ବର ପ୍ରାର୍ଥୀଙ୍କ ଭୋଟ୍ ଗଣନା । । ୩୧୪ ବ୍ଲକର ଗୋଟିଏ ଲେଖାଏଁ ଜୋନ ପାଇଁ ଗଣତି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ୨ଟି ଜୋନର ଗଣତି । ପରେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ଭୋଟ୍ ଗଣନା । ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ୍ ଗଣନା ।
ପ୍ରତିଦିନ ଧାର୍ୟ୍ୟ ଜୋନ୍‌ର ଫଳାଫଳ ଘୋଷଣା ହେବା ପର୍ୟ୍ୟନ୍ତ ଭୋଟ୍‌ ଗଣତି ହେବ ବୋଲି ନିଷ୍ପତ୍ତି ହୋଇଛି । ୨୮ତାରିଖ ସୁଦ୍ଧା ହିଁ ସମସ୍ତ ଭୋଟ୍ ଗଣତି ଶେଷ ହେବ । ୨୯ତାରିଖ ପୂର୍ବରୁ ନିର୍ବାଚନ ଅଧିକାରୀମାନେ ୯୧୮୯୦ଟି ୱାର୍ଡମେମ୍ବର ପଦବି, ୬୭୯୩ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୮୫୧ଟି ଜିଲ୍ଲା ପରିଷଦ ଜୋନ୍‌ର ବିଜେତାଙ୍କ ନାମ ଘୋଷଣା କରିବେ ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳ ଆଜିଠାରୁ ପର୍ୟ୍ୟାୟକ୍ରମେ ପ୍ରକାଶ ପାଇବାକୁ ଥିବାବେଳେ ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଜିଲ୍ଲା ପରିଷଦ ଜୋନ୍‌ ଅନୁଯାୟୀ ଭୋଟ୍ ଗଣତି ହେବାକୁ ଥିବାରୁ ୨୬ତାରିଖରେ ୩୧୫ଟି ଜିଲ୍ଲା ପରିଷଦ ଜୋନ, ୨୭ରେ ୩୦୭ଟି ଏବଂ ୨୮ରେ ୨୨୯ଟି ଜିଲ୍ଲା ପରିଷଦ ଜୋନ୍‌ର ଭୋଟ୍ ଗଣତି କରିବାକୁ ନିଷ୍ପତ୍ତି ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.