THE BYAPINI

ଆଜି ଭୋଟ ଗଣତିର ତୃତୀୟ ଦିନ

Get real time updates directly on you device, subscribe now.

ଆଜି ଭୋଟ ଗଣତିର ତୃତୀୟ ଦିନ । ଭୋଟ୍ ଗଣତିର ପ୍ରଥମ ଦୁଇ ଦିନରେ ବିଜେଡି ଭଲ ପ୍ରଦର୍ଶନ କରିଛି । ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଜୋନରେ ଗଣତି ହୋଇଥିଲା । ସେଥିରୁ ବିଜେଡି ୨୮୨ ଆସନରେ ବିଜୟୀ ହୋଇଛି । ବିଜେପିକୁ ମିଳିଛି ୧୫ଟି ଆସନ । କଂଗ୍ରେସ ଜିତିଛି ୧୪ଟି ଜିଲ୍ଲା ପରିଷଦ ଜୋନରେ । ସେହିପରି ସ୍ୱାଧୀନକୁ ମିଳିଛି ୨ଟି ଏବଂ ଅନ୍ୟାନ୍ୟ ଦଳ ଦୁଇଟି ଆସନ ଅକ୍ତିଆର କରିଛନ୍ତି ।
ଅନ୍ୟପକ୍ଷରେ ଗତକାଲି ଠାରୁ ଚାଲିଥିବା ଦ୍ୱିତୀୟ ଦିନର ଗଣତି ଆଜି ବି ଜାରି ରହିଛି। ଦ୍ୱିତୀୟ ଦିନର ଗଣତିରୁ ଏଯାବତ୍ ୨୭୦ଟି ଜିଲ୍ଲା ପରିଷଦ ଜୋନ୍‌ର ଫଳାଫଳ ପ୍ରକାଶ ପାଇଛି। ଏଥିରେ ବିଜେଡି ୨୩୬ଟି ଆସନରେ ବିଜୟୀ ହୋଇଛି। ସେହିପରି ବିଜେପି ଓ କଂଗ୍ରେସ ଯଥାକ୍ରମେ ୧୬ ଓ ୧୫ଟି ଆସନ ପାଇଛନ୍ତି। ସ୍ୱାଧୀନ ଓ ଅନ୍ୟ ଦଳ ପ୍ରାର୍ଥୀଙ୍କ ସପକ୍ଷରେ ଯାଇଛି ୩ଟି ଜୋନ୍‌। ଆହୁରି ୩୫ଟି ଜୋନ୍‌ର ଫଳାଫଳ ଆସି ନାହିଁ। ଏଗୁଡ଼ିକର ଗଣତି ଶେଷ ହୋଇନାହିଁ।
ଆଜି ଭୋଟ୍ ଗଣତିର ଶେଷ ଦିନ । ମୋଟ୍ ୮୫୧ ଆସନର ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବ । ଏହାପରେ କେଉଁ ଦଳ କେତେ ଆସନ ମିଳିଲା ତାହା ସ୍ୱଷ୍ଟ ହୋଇଯିବ ତେବେ ପ୍ରଥମ ଦୁଇ ଦିନର ଫଳାଫଳକୁ ଦେଖିଲେ ବିଜେଡି ଏକ ବୃହତ୍ତ ବିଜୟ ଅଭିମୁଖେ ଯାଉଛି ବୋଲି କୁହାଯାଇପାରିବ।

Get real time updates directly on you device, subscribe now.

Leave A Reply

Your email address will not be published.