THE BYAPINI

ବନ୍ଧୁକ ମୁନରେ ୨୦ ଲକ୍ଷ ଲୁଟ୍

Get real time updates directly on you device, subscribe now.

ତେଲ ପକାଇବା ବହାନାରେ ଆସି ପେଟ୍ରୋଲ ପମ୍ପରୁ ଲୁଟ । କେନ୍ଦୁଝର ସଦର ଥାନା ପଦ୍ମପୁର ପୁଟୁଳିଆ ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପରେ ଘଟିଛି ଏହି ଘଟଣା । ସୂଚନା ଅନୁସାରେ ଆଜି ଭୋରୁ ୨ଟି ମୋଟର ସାଇକେଲରେ ୬ଜଣ ମୁଖାଧାରୀ ଦୁର୍ବୃତ୍ତ ପହଂଚିଥିଲେ । ତେଲ ପକାଇବା ବାହାନାରେ ଆସି ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟି ନେଲେ ୨୦ ଲକ୍ଷ ଟଙ୍କା ।
ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ-ଭୁଜାଲି ଦେଖାଇ ୬ ଜଣ ଲୁଟେରା ୨୦ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଛନ୍ତି। ଏହାସହିତ ଗୋଟିଏ ବନ୍ଧୁକ ତିନୋଟି ଜୀବନ୍ତ ଗୁଳି ଓ ୪ ଟି ମୋବାଇଲ୍ ନେଇଥିବା ସୂଚନା ମିଳିଛି । ଲୁଟ୍ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.

Leave A Reply

Your email address will not be published.