ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧିର ପ୍ରଭାବ ବର୍ତ୍ତମାନ ଘରୋଇ ସ୍ତରରେ ଦେଖାଯାଉଛି । ଗ୍ରାହକଙ୍କୁ ପୁଣିଥରେ ଲାଗିବାକୁ ଯାଉଛି ଝଟକା । ଆଜିଠାରୁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇଛି । ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଛି ।
ଗତ ବର୍ଷ ଅକ୍ଟୋବର ୬ ତାରିଖଠାରୁ ଗ୍ୟାସ୍ ଦର ବୃଦ୍ଧି ହୋଇନଥିଲା । ଏବେ ୫ ରାଜ୍ୟରେ ନିର୍ବାଚନ ଶେଷ ହେବା ପରେ ଗ୍ୟାସ୍ ଦରରେ ବୃଦ୍ଧି କରାଯାଇଛି । ଫଳରେ ଭୁବନେଶ୍ୱରରେ ଏଲପିଜି ଗ୍ୟାସ୍ ଦର ୯୨୬ ଟଙ୍କାରୁ ବୃଦ୍ଧି ପାଇ ୯୭୬ ଟଙ୍କା ହୋଇଛି । ଅକ୍ଟୋବର ୬ ତାରିଖରୁ ଘରୋଇ ସିଲିଣ୍ଡର ଦର ବୃଦ୍ଧି ପାଇନଥିଲେ ବି କମର୍ସିଆଲ ସିଲିଣ୍ଡର ଦର ବୃଦ୍ଧି ପାଇଥିଲା । ଏବେ ଘରୋଇ ସିଲିଣ୍ଡର ଦର ଏକାଥରରେ ୫୦ ଟଙ୍କା ବୃଦ୍ଧି ପାଇବା ଦ୍ୱାରା ଗ୍ରାହକଙ୍କୁ ବଡ଼ ଝଟକା ଲାଗିଛି ।
ରାଜଧାନୀ ଦିଲ୍ଲୀରେ ଘରୋଇ ସିଲିଣ୍ଡର ଦାମ ପୂର୍ବରୁ ୮୯୯.୫୦ ଟଙ୍କା ଥିବା ବେଳେ ଏବେ ତାହା ୯୪୯.୫ ଟଙ୍କାରେ ପହଞ୍ଚିଛି କୋଲକତାରେ ଏଲପିଜି ସିଲିଣ୍ଡର ଦାମ୍ ପୂର୍ବରୁ ୯୨୬ ଟଙ୍କା ଥିବା ବେଳେ ଏବେ ତାହା ୯୭୬ ଟଙ୍କାରେ ପହଞ୍ଚିଛି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସିଲିଣ୍ଡର ଦାମ ୯୩୮ ଟଙ୍କାରୁ ବଢ଼ି ୯୮୭.୫ ଟଙ୍କାରେ ପହଞ୍ଚିଛି। ପାଟଣାରେ ସିଲିଣ୍ଡର ପିଛା ଦାମ୍ ହଜାରେ ଟଙ୍କା ପାର୍ କରିଛି। ପୂର୍ବରୁ ଏଠାରେ ସିଲିଣ୍ଡର ପିଛା ୯୯୮ ଟଙ୍କା ଥିବା ବେଳେ ତାହା ୧୦୩୯.୫ରେ ପହଞ୍ଚିଛି।
ମାୟାନଗରୀ ମୁମ୍ବାଇରେ ଏଲପିଜି ସିଲିଣ୍ଡର ପିଛା ରେଟ୍ ପୂର୍ବରୁ ୮୯୯.୫ ଟଙ୍କା ଥିବା ବେଳେ ଏବେ ତାହା ୯୪୯.୫ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ ପୂର୍ବରୁ ସିଲିଣ୍ଡର ପିଛା ଦାମ୍ ୯୧୫.୫ ଟଙ୍କା ଥିବା ବେଳେ ଏବେ ତାହା ୯୬୫.୫ ଟଙ୍କାରେ ପହଞ୍ଚିଛି।
Get real time updates directly on you device, subscribe now.

Prev Post
Next Post