THE BYAPINI

ପୁଣି ବଢିଲା ତେଲ ଦର

Get real time updates directly on you device, subscribe now.

ଲଗାତାର ଦ୍ୱିତୀୟ ଦିନ ପାଇଁ ପୁଣି ବଢିଲା ତେଲ ଦର । ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ଲେଖାଏଁ ବୃଦ୍ଧି ପାଇଛି । ମଙ୍ଗଳବାର ପ୍ରାୟ ୪ମାସ ବିରତି ପରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର ବୃଦ୍ଧି ପାଇଥିଲା ।
ଆନ୍ତର୍ଜାତିକ ବଜାରରେ ଏବେ ଆଶୋଧିତ ତୈଳ ଦର ୧୧୩ ଡଲାର ପାଖାପାଖି ରହିଛି। ଏହା ବ୍ୟତୀତ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୭୬-୭୭ ଟଙ୍କା ସ୍ତରରେ ରହିଛି । ଏହି କାରଣରୁ କଂପାନିଗୁଡ଼ିକ ଗ୍ୟାସ ଦର ବଢ଼ାଇଛନ୍ତି। ପାଞ୍ଚଟି ରାଜ୍ୟରେ ନିର୍ବାଚନ ହେବାକୁ ଥିବାରୁ କେବଳ ଏଲ୍‌ପିଜି ନୁହେଁ, ପେଟ୍ରୋଲ ଓ ଡିଜେଲ୍ ଦରବୃଦ୍ଧି ଉପରେ ମଧ୍ୟ ରୋକ ଲଗାଯାଇଥିଲା । ଏହି ପାଞ୍ଚଟି ରାଜ୍ୟରେ ସରକାର ଗଠନ ପ୍ରକ୍ରିୟା ଶେଷ ହେବା ସହ ଗତକାଲି ଠାରୁ ତେଲ ଓ ଗ୍ୟାସ୍ ଦାମ୍ ବଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ପେଟ୍ରୋଲ ଓ ଡିଜେଲ ଦାମ ଲିଟର ପିଛା ୮୦ ପଇସା ବୃଦ୍ଧି କରାଯାଇଥିଲା ବେଳେ ଆଜି ଦ୍ବିତୀୟ ଦିନ ପୁଣି ତେଲ ଦରରେ ୮୦ ପଇସା ବୃଦ୍ଧି କରାଯାଇଛି ।
ରାଜଧାନୀ ଦିଲ୍ଲୀରେ ଦିଲ୍ଲୀରେ ୮୦ ଓ ମୁମ୍ବାଇରେ ୮୫ ପଇସା ତୈଳ ଦର ବୃଦ୍ଧି ପାଇଛି। ସେହିପରି ଚେନ୍ନାଇରେ ପେଟ୍ରୋଲ ୭୫ ଓ ଡିଜେଲ୍ ୭୬ ପଇସା ବଢ଼ିଛି। କୋଲକାତାରେ ପେଟ୍ରୋଲ ୮୩ ଓ ଡିଜେଲ୍ ୮୦ ପଇସା ବଢ଼ିଛି। ଗତକାଲି ୧୩୭ ଦିନ ପରେ ପେଟ୍ରୋଲ, ଡିଜେଲ୍ ଓ ଗ୍ୟାସ ଦର ବୃଦ୍ଧି ପାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.