THE BYAPINI

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

Get real time updates directly on you device, subscribe now.

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଗତ ୪ ଦିନ ମଧ୍ୟରେ ତୃତୀୟ ଥର ଦର ବୃଦ୍ଧି ହୋଇଛି । ଦିଲ୍ଲୀରେ ଲିଟର ପିଛା ୮୦ ପଇସା ଲେଖାଏଁ ମହଙ୍ଗା ହୋଇଛି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ୮୬ ଓ ଡିଜେଲରେ ୮୫ ପଇସା ବୃଦ୍ଧି ହୋଇଛି । ପେଟ୍ରୋଲ ଦର ୧୦୪.୩୭, ଡିଜେଲ ଦର ୯୪.୧୮ ଟଙ୍କା । ଗତ ମଙ୍ଗଳବାର ପ୍ରାୟ ୪ମାସ ବିରତି ପରେ ପ୍ରଥମ ଥର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିଲା ।
ଲଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ନଭେମ୍ବର ମାସରେ କେନ୍ଦ୍ର ସରକାର ତେଲ ଉପରୁ ଏକସାଇଜ୍ ଡ୍ୟୁଟି କମାଇଥିଲେ । ପେଟ୍ରୋଲ ଲିଟର ପିଛା ୫ଟଙ୍କା ଓ ଡିଜେଲ ଲିଟର ପିଛା ୧୦ ଟଙ୍କା କମାଇଥିଲେ କେନ୍ଦ୍ର ସରକାର ।

କେନ୍ଦ୍ର ପରେ ରାଜ୍ୟ ସରକାରଗୁଡିକ ମଧ୍ୟ ତେଲ ଉପରୁ ଭାଟ କମାଇଥିଲେ । ଆଉ ତେଲ ଦର କମି ଯାଇଥିଲା ।
ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ଶୁକ୍ରବାର ୯୭ଟଙ୍କା ୮୧ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୮୯ଟଙ୍କା ୦୭ ପଇସା ଦରରେ ବିକ୍ରି ହେଉଛି। ସେପଟେ ମୁମ୍ବାଇରେ ପେଟ୍ରୋଲ ଲିଟରପିଛା ଦର ୧୧୨ଟଙ୍କା ୫୧ ପଇସାକୁ ପହଞ୍ଚିଥିବା ବେଳେ ଡିଜେଲ ୯୬ଟଙ୍କା ୭୦ ପଇସା ଦରରେ କାରବାର ହେଉଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୭ଟଙ୍କା ୧୮ ପଇସା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୨ ଟଙ୍କା ୨୨ ପଇସା ଦରରେ ବିକ୍ରି ହେଉଛି।

Get real time updates directly on you device, subscribe now.

Leave A Reply

Your email address will not be published.