THE BYAPINI

ଆଜି ଆସିବ ପୌର ରାୟ

Get real time updates directly on you device, subscribe now.

ପୌର ନିର୍ବାଚନ ପାଇଁ ଆଜି ସକାଳ ୮ ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏସିକୁ ଛାଡ଼ି ୩ଟି ମହାନଗର ନିଗମ ଏବଂ ୧୦୫ ପୌରାଞ୍ଚଳର ଜନାଦେଶ ଆଜି ଆସିବ। ଶନିବାର ଦିନ ୩ ମହାନଗର ନିଗମ ଭୁବନେଶ୍ବର, କଟକ ଓ ବ୍ରହ୍ମପୁରର ରେଜଲ୍ଟ । ଏହାସହ ୪୭ ଟି ମ୍ୟୁନିସିପାଲ ଏବଂ ୫୯ ଟି ଏନଏସି ସହ ମୋଟ୍ ୧୦୬ଟି ପୌର ପରିଷଦର ଆସିବ ରେଜଲ୍ଟ ।
ଭୋଟ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମେୟର ଓ ୬୭ଟି ଓ୍ବାର୍ଡର କର୍ପୋରେଟର ପ୍ରାର୍ଥୀମାନଙ୍କ ଭୋଟ ଗଣତି ପାଇଁ ୨୪ ଟି ଟେବୁଲ୍ କରାଯାଇଛି । ୨ଟି ଯାକ ଅଲଗା ଅଲଗା ଗଣତି କରାଯିବ । ପ୍ରଥମେ ପୋଷ୍ଟାଲ୍ ବାଲଟ୍ ଗଣତି ହେବ। ପରେ ଇଭିଏମ ଗଣତି ହେବ । ପ୍ରତି ରାଉଣ୍ଡ ପରେ ଫଳାଫଳ ଘୋଷଣା କରାଯିବାର ବ୍ୟବସ୍ଥା କରାଯାଇଛି । ଏକା ସଙ୍ଗରେ ୧୨ ଓ୍ବାର୍ଡର ଭୋଟ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି ।
ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର୍ ଓ ଜଣେ ସହକାରୀ ରହିବେ । ପ୍ରତି ରାଉଣ୍ଡ ପରେ ସୂଚନା ଦିଆଯିବ । କଲେଜ ପରିସରରେ ଲାଗିଥିବା ଏଲଇଡି ରେ ଫଳାଫଳ ଦେଖିପାରିବେ ସମସ୍ତେ । ଭୋଟ ଗଣତି ପୂର୍ବରୁ ବିଏମସି ନିର୍ବାଚନ ଅଧିକାରୀ ଓ କମିଶନରେଟ ପୋଲିସ ଓ ବରିଷ୍ଠ ଅଧିକାରୀ କରିଛନ୍ତି ସ୍ଥିତିର ସମୀକ୍ଷା ।
ତେବେ ଗତ ଥର ଅପେକ୍ଷା ଏଥର ମତଦାନ ହାର ଅଧିକ ରହିଛି । ଏଥର ମୋଟ ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଗତ ପୌର ନିର୍ବାଚନରେ ୬୦. ୯୩ ପ୍ରତିଶତ ମତଦାନ ହୋଇଥିଲା । ୧୮୨୫ ୱାର୍ଡର ୪ ହଜାର ୩୬୦ ବୁଥରେ ମୋଟ୍ ୬ ହଜାର ୪୧୧ ପ୍ରାର୍ଥୀଙ୍କ ପାଇଁ ଭୋଟ ନିଆଯାଇଥିଲା। ୩ ମହାନଗର ନିଗମରେ କିଏ ପିନ୍ଧିବେ ମେୟର ତାଜ୍ । ଏହା ସହ ୧୦୬ଟି ପୌରାଞ୍ଚଳରେ ବାଜି ମାରିବ କିଏ- ଆଜି ଭୋଟ ଗଣତି ପରେ ସବୁ ହୋଇଯିବ ସ୍ପଷ୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.