ତେଲ ଦର ବୃଦ୍ଧିରେ ଲାଗୁନି ବ୍ରେକ୍
ରାଜ୍ୟରେ ଉପର ମୁହାଁ ତେଲଦର ।ଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ରବିବାର ପଞ୍ଚମ ଦିନ ପେଟ୍ରୋଲ ୫୦ ପଇସା ଓ ଡିଜେଲ ଦର ବୃଦ୍ଧି ୫୫ ପଇସା ଲେଖାଏଁ ବଢ଼ିଛି।
ଦର ବୃଦ୍ଧି ପାଇବା ପରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା, ୧୦୫ଟଙ୍କା ୨୨ ପଇସା ଓ ଡିଜେଲ ଲିଟର ପିଛା ୧୦୪ଟଙ୍କା ୩୬ପଇସାରେ ପହଁଚିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୩ଟଙ୍କା ୩୫ ପଇସା, ଓ ଡିଜେଲ ଲିଟର ୧୧୨ ଟଙ୍କା ୫୧ ପଇସା ରହିଛି ।ତେବେ ଦିଲ୍ଳୀରେ ପେଟ୍ରୋଲ ଦର ଲିଟର ପିଛା ୯୮ଟଙ୍କା ୬୧ ପଇସା ଓ ଡିଜେଲ ୯୭ ଟଙ୍କା ୮୧ ପଇସା ହୋଇଛି । ତେଲ ଦର ବୃଦ୍ଧି ଯୋଗୁଁ ଅନ୍ୟାନ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହା ସିଧାସଳଖ ଖାଉଟିଙ୍କ ପକେଟକୁ ପ୍ରଭାବିତ କରିଛି ।
ଦେଶରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ପେଟ୍ରୋଲ ଓ ଡିଜେଲ ମୂଲ୍ୟ କିଛି ସମୟ ସ୍ଥିର ରଖା ଯାଇଥିଲା। ରାଜ୍ୟମାନଙ୍କରେ ନୂଆ ସରକାର ଗଠନ ସହ ପୁଣି ତୈଳ ଦର ମହଙ୍ଗା ହେବ ବୋଲି ବିରୋଧୀ ଦଳମାନେ କରିଥିବା ପୂର୍ବାନୁମାନ ଏବେ ସତ୍ୟ ସାବ୍ୟସ୍ତ ହୋଇଛି।