THE BYAPINI

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ୍‌

Get real time updates directly on you device, subscribe now.

ଆଜି ପୁଣି ବଢ଼ିଳା ପେଟ୍ରୋଲ ଓ ଡିଜେଲ ଦାମ୍‌। ଆଜି ସପ୍ତମ ଦିନ ଷଷ୍ଠ ଥର ପାଇଁ ବଢ଼ିଛି ତୈଳ ଦର। ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି। ଗତ ୭ ଦିନରେ ଇନ୍ଧନ ପେଟ୍ରୋଲ-ଡିଜେଲର ମୂଲ୍ୟ ୬ ଗୁଣ ବୃଦ୍ଧି ପାଇଛି ।

ପେଟ୍ରୋଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି । ମାର୍ଚ୍ଚ ୨୨ରୁ ମାର୍ଚ୍ଚ ୨୮ ପର୍ୟ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲର ହାର ଲିଟର ପିଛା ୪ଟଙ୍କା ବୃଦ୍ଧି ହେଲାଣି ।
ରାଜଧାନୀ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଦର ୯୯.୪୧ ଓ ୯୦.୭୭ ଟଙ୍କାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୪ଟଙ୍କା ୧୯ ପଇସା ଓ ଡିଜେଲ ଲିଟର ପିଛା ୯୮.୫୦ ପଇସା ମହଙ୍ଗା ହୋଇଛି।ସେହିଭଳି କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୮.୮୫ ଥିବାବେଳେ ଡିଜେଲ୍ ଲିଟର ପିଛା ୯୩.୯୨ ରହିଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୫.୧୮ ଥିବାବେଳେ ଡିଜେଲ ଲିଟର ପିଛା ୯୫.୩୩ ରହିଛି ।

ଲଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି। ତେଲ ଦର ବୃଦ୍ଧି ଯୋଗୁଁ ଅନ୍ୟାନ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଯାହା ସିଧାସଳଖ ଖାଉଟିଙ୍କ ପକେଟକୁ ପ୍ରଭାବିତ କରିଛି। ସେପଟେ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର ବଢୁଛି

Get real time updates directly on you device, subscribe now.

Leave A Reply

Your email address will not be published.