THE BYAPINI

ମାନସ ହତ୍ୟା ଉପରୁ ହଟିବ ପରଦା, ଆଜିଠୁ ୫ ଦିନିଆ ରିମାଣ୍ଡରେ ୪ ଅଭିଯୁକ୍ତ

Get real time updates directly on you device, subscribe now.

ଆଜିଠୁ ରିମାଣ୍ଡରେ ଯିବେ ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ଶର୍ମିଷ୍ଠା ରାଉତ । କୋର୍ଟ ଶର୍ମିଷ୍ଠା ରାଉତଙ୍କ ସହ ୪ ଜଣଙ୍କୁ ରିମାଣ୍ଡ ନେବା ପାଇଁ ଅନୁମତି ଦେଇଛନ୍ତି ।ଶର୍ମିଷ୍ଠାଙ୍କ ସହିତ ଆଉ ତିନି ଅଭିଯୁକ୍ତ- ଝୁନା ଭୋଇ, ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ମଧ୍ୟ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ।

ଶର୍ମିଷ୍ଠାଙ୍କ ସହ ଝୁନା, ନିରଞ୍ଜନ ଓ ରଞ୍ଜନଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ଚାନ୍ଦବାଲି କୋର୍ଟ ଅନୁମତି ଦେଇଛନ୍ତି । ୧୦ ଦିନ ରିମାଣ୍ଡରେ ନେବାକୁ ଜେଏମଏଫସି କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ତେବେ ୧୦ ଦିନ ବଦଳରେ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି କୋର୍ଟ । କ୍ରାଇମ ପ୍ଲାନ୍‌ରେ କିଏ କିଏ ପାର୍ଟନର ଥିଲେ? ମେମୋରି ଚିପ କାହା ପାଖରେ ଅଛି? ମୋମୋରି ଚିପରେ କଣ ସବୁ ରହିଛି? ଏହି ସବୁ ପ୍ରଶ୍ନକୁ ନେଇ ତଥ୍ୟ ଓଗାଳିବ କ୍ରାଇମବ୍ରାଞ୍ଚ ।

ସୋମବାର ଦିନ ଗିରଫ ପରେ ଚାନ୍ଦବାଲି ଏସ.ଡି.ଜେ.ଏମ. କୋର୍ଟରେ ଶର୍ମିଷ୍ଠା ଏବଂ ଝୁନା ଭୋଇଙ୍କୁ ହାଜର କରାଯାଇଥିଲା। ଶର୍ମିଷ୍ଠା ସହିତ ଏହି ମାମଲାରେ ଗିରଫ ହୋଇଥିବା ମୋଟ ୭ ଜଣଙ୍କୁ ୧୦ ଦିନ ରିମାଣ୍ଡରେ ନେବା ଲାଗି କ୍ରାଇମ ବ୍ରାଞ୍ଚ ଆବେଦନ କରିଥିଲା। ତେବେ କେବଳ ୪ ଜଣଙ୍କୁ ରିମାଣ୍ଡରେ ନେବା ଲାଗି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଏହା ପରେ ଏପ୍ରିଲ ୩ ତାରିଖ ଦିନ ୩ଟା ବେଳେ ଏମାନଙ୍କୁ କୋର୍ଟରେ ହାଜର କରିବା ଲାଗି କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଗତକାଲି ବିଚାର ବିଭାଗୀୟ ହାଜତରେ ରାତି କାଟିଛନ୍ତି ଶର୍ମିଷ୍ଠା।

Get real time updates directly on you device, subscribe now.

Comments are closed.