THE BYAPINI

ସଂସଦ ଭବନରେ ଦଳୀୟ ସାଂସଦଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

Get real time updates directly on you device, subscribe now.

ତିନି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଂସଦ ଭବନ ମୁଖ୍ୟମନ୍ତ୍ରୀ ଦଳୀୟ ସଂସଦମାନଙ୍କ ସହିତ ଆଲୋଚନା କରିଛନ୍ତି । ନୂଆଦିଲ୍ଲୀରେ ପହଞ୍ଚିବା ପରେ ଆଜି କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ଦଳର ସାଂସଦମାନଙ୍କ ସହ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗ ଦେଇଛନ୍ତି । ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡିକୁ ସଂସଦରେ ଉପସ୍ଥାପିତ କରିବାକୁ ସେ ବିଜେଡି ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାର କୌଣସି କାର୍ୟ୍ୟକ୍ରମ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ରାଷ୍ଟ୍ରପତି ନିର୍ବାଚନ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ସରକାର କିମ୍ବା ବିରୋଧୀ ଦଳ କେହି ଏନେଇ ବିଜେଡି ସହ ଆଲୋଚନା କରିନାହାନ୍ତି ।
ବର୍ତ୍ତମାନ ସଂସଦରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟ ଅଧିବେଶନ ଜାରି ରହିଛି । ସଂସଦର ଏହି ଅଧିବେଶନରେ ରାଜ୍ୟ ସ୍ୱାର୍ଥ ରକ୍ଷା ପାଇଁ ଦାବି ଉଠାଇବାକୁ ମୁଖ୍ୟମନ୍ତ୍ରୀ ସାଂସଦମାନଙ୍କୁ କହିଛନ୍ତି । ଗତକାଲି ଦିଲ୍ଲୀରେ ପହଂଚିବା ପରେ ତାଜ ହୋଟେଲରେ ବିସିସି ଡ୍ରୀଡ଼ା ସମ୍ମାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.