ଆଜି ଆସିବ କାମଚଳା ବଜେଟ୍
ଆଜି ଆସିବ କାମ ଚଳା ବଜେଟ୍ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧.୦୬ ଲକ୍ଷ କୋଟି ଟଙ୍କାର ଲେଖାନୁଦାନ ପ୍ରସ୍ତାବ ବିଧାନସଭାରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ । ତେବେ ଅର୍ଥମନ୍ତ୍ରୀ ପ୍ରଥମେ ବାର୍ଷିକ ବଜେଟ ଆକଳନ ଉପସ୍ଥାପନ କରିବେ । ପରେ ଅନ୍ୟ ଏକ ପ୍ରସ୍ତାବରେ ୧ ଲକ୍ଷ ୬ ହଜାର ୪୯୭ କୋଟି ରଙ୍କାର ଭୋଟ ଅନ୍ ଆକାଉଣ୍ଟ ଗ୍ରାଣ୍ଟ ଗୃହର ଅନୁମତି ପାଇଁ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଏହା ଆସନ୍ତାକାଲି ବ୍ୟୟମଞ୍ଜୁରୀ ବିଲ ଆକାରରେ ଅନୁମୋଦନ ଲାଭ କରିବ । ଆସନ୍ତା ଆର୍ଥିକ ବର୍ଷରେ ପୂର୍ଣ୍ଣାଙ୍ଗ ବଜେଟ ୧୮ ପ୍ରତିଶତ ବୃଦ୍ଧି ପାଇ ୨ ଲକ୍ଷ କୋଟି ଟପିବ ବୋଲି ଆଶା କରାଯାଉଛି ।
ଗତକାଲି ଆସିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୧୦.୧ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ଚଳିତ ବର୍ଷ ଜାତୀୟ ହାର ୮.୮% ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡ଼ିଶାର ଅଭିବୃଦ୍ଧି ହାର ଜାତୀୟ ହାରଠୁ ଅଧିକ ଆକଳନ କରାଯାଇଛି । ଓଡ଼ିଶାର ବିକାଶମୂଳକ ପଦକ୍ଷେପ, ଦକ୍ଷତାର ସହ କୋଭିଡ ପରିଚାଳନା, ଟୀକାକରଣ ପାଇଁ ଏହା ସମ୍ଭବ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି ।
୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୫.୩ ପ୍ରତିଶତ ରହିଛି। ରାଜ୍ୟର ମୁଣ୍ଡ ପିଛା ଆୟ ବି ବଢ଼ିଛି। ଆର୍ଥିକ ବର୍ଷରେ ଏହା ୪୮ ହଜାର ୪୯୯ ଥିବା ବେଳେ ୨୦୨୧-୨୨ରେ ଏହା ୧ ଲକ୍ଷ ୨୭ ହଜାର ୩୮୩ରେ ପହଞ୍ଚିଛି । ୨୦୧୧-୧୨ ତୁଳନାରେ ଏହା ଡବଲ ଡ଼ିଜିଟ ଛୁଇଁଥିବା ବେଳେ ଏ କ୍ଷେତ୍ରରେ ୧୬. ୮% ବୃଦ୍ଧି ହୋଇଛି ।