THE BYAPINI

ମାନସ ସ୍ୱାଇଁ ହତ୍ୟା :ସତ ମାନିଲା ରଞ୍ଜନ

Get real time updates directly on you device, subscribe now.

ମାନସ ସ୍ୱାଇଁ ହତ୍ୟା ମାମଲାରେ ରଞ୍ଜନ ସତ ମାନିଛି । କ୍ରାଇମବ୍ରାଞ୍ଚ ଆଗରେ ହତ୍ୟାକାଣ୍ଡର ଗୁମର ଖୋଲିଲା ରଞ୍ଜନ ନାୟକ । ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତଙ୍କ ସହ ଅପହରଣ କରିଥିବା ନେଇ ସ୍ୱୀକାର କରିଛି । ପଳାସପୁରରୁ ମାନସଙ୍କୁ ଅପହରଣ ପରେ ଦୟାଲ ଆଶ୍ରମ ନେଇଥିଲେ ।
ଆଶ୍ରମରେ ମାନସଙ୍କୁ ଅକଥନୀୟ ଅତ୍ୟାଚାର କରାଯାଇଥିଲା । ନିରଞ୍ଜନ ସେଠୀ ମଧ୍ୟ ମାନସଙ୍କୁ ଅତ୍ୟାଚାର କରିଥିଲେ । ହତ୍ୟା ପରେ ଅଖାରେ ବାନ୍ଧି ଶର୍ମିଷ୍ଠାଙ୍କ କାରରେ ମାନସଙ୍କ ମୃତଦେହକୁ ନିଆଯାଇଥିଲା । ରଣପୁରରେ ମୃତଦେହକୁ ପୋତାଯାଇଥିଲା । ପରେ ତଣ୍ଡିଖୋଲ ଠାରୁ ୨କିମି ଦୂର ସ୍ଥାନକୁ ଯାଇଥିଲେ । ସେଠାରେ ହତ୍ୟାରେ ବ୍ୟବହୃତ ସାମଗ୍ରୀ ପୋଡି ନଷ୍ଟ କରିଥିଲା । ବୁଦାମୂଳରେ ହତ୍ୟାର ବ୍ୟବହୃତ ସାମଗ୍ରୀକୁ ଲୁଚାଇଥିଲେ ।
ରଞ୍ଜନ ନାୟକର ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚ ଟିମ୍ ଚଣ୍ଡିଖୋଲ ଯାଇଥିଲା । ସେଠାରୁ ମାନସଙ୍କ ଅଧାପୋଡା ଚପଲ, ମୋବାଇଲ୍, ଇୟର ଫୋନ୍ ଜବତ କରାଯାଇଛି । ଏଥି ସହିତ ଅଧାପୋଡା ଶାଢୀ ଓ ଅଖା ମଧ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଆଉ ରଞ୍ଜନ ଏ ସବୁ ସାମଗ୍ରୀକୁ ଚିହ୍ନଟ କରିଥିବା ସ୍ୱୀକାର କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.