THE BYAPINI

ଆଜି ଉତ୍କଳ ଦିବସ

Get real time updates directly on you device, subscribe now.

ଆଜି ଉତ୍କଳ ଦିବସ। ସାରା ରାଜ୍ୟ ପାଳୁଛି ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟର ପ୍ରତିଷ୍ଠା ଦିବସ। ୧୯୩୬ ମସିହା ଏପ୍ରିଲ ୧, ଆଜିର ଦିନରେ ଗଠନ ହୋଇଥିଲା ଓଡ଼ିଶା। ଇତି ମଧ୍ୟରେ ଓଡ଼ିଶା ୮୭ ବର୍ଷରେ ପାଦ ଥାପିଛି। ଉତ୍କଳ ଦିବସ ପାଇଁ ଉତ୍ସବମୁଖର ସାରା ରାଜ୍ୟ । କରୋନା ପାଇଁ ଦୁଇ ବର୍ଷ ଧରି ଉତ୍କଳ ଦିବସ ଫିକା ପଡ଼ିଥିବା ବେଳେ, ଏଥର ମହାସମାରୋହରେ ପାଳିତ ହେଉଛି ଓଡ଼ିଶା ଦିବସ ।
ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ ଆଜି ପୂରିଛି ୮୬ ବର୍ଷ । ଅର୍ଥାତ ୧୯୩୬ରୁ ୨୦୨୨ ଭିତରେ ସ୍ୱତନ୍ତ୍ର ଓଡିଶା ଦେଖିଛି ୮୬ ବର୍ଷର ଦୀର୍ଘ ଯାତ୍ରା । ହେଲେ ଏ ମାଟିର ଇତିହାସ କହିଲେ, ବୋଧହୁଏ ସମୟର ବି ଅଭାବ ପଡିବ । ମହାଭାରତ କାଳରୁ ଆରମ୍ଭ କରି କଳିଙ୍ଗ ଯୁଦ୍ଧ, ଖାରବେଳଙ୍କ ଶାସନରୁ ଆରମ୍ଭ କରି ମୋଗଲ ଆଉ ଇଂରେଜମାନଙ୍କର ଶାସନ ଦେଖଛି ଆମ ଓଡିଶା ।କୁହାଯାଏ, ପୌରଣିକ ତଥ୍ୟ ଅନୁସାରେ, କଳିଙ୍ଗ କୌରବଙ୍କ ପଟରୁ ଯୁଦ୍ଧ ଲଢିଥିଲା । ସେହିପରି ଖ୍ରୀଷ୍ଟପୂର୍ବ ୨୬୧ରେ ଭୟଙ୍କର କଳିଙ୍ଗ ଯୁଦ୍ଧ ଏଇ ମାଟିରେ ହିଁ ରକ୍ତର ନଦୀ ବୁହାଇଥିଲା । ଯାହାକି ଚଣ୍ଡାଶୋକକୁ ଧର୍ମାଶୋକରେ ବଦଳେଇ, ଲେଖିଥିଲା ନୂଆ ଉତ୍କଳର ନୂଆ ଏକ ଇତିହାସ । ଆଉ ତା ପରେ ପରେ ଗଙ୍ଗବଂଶ, ଚେଦିବଂଶ, ସୋମବଂଶର ରାଜାମାନେ ଓଡିଶାକୁ ବହୁବର୍ଷ ଧରି ଶାସନ କରିଥିଲେ ।
ପ୍ରାୟ ପାଞ୍ଚ ଶହ ବର୍ଷ ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ଖଣ୍ତ-ବିଖଣ୍ତିତ ହୋଇ ରହିବା ପରେ, ଏହି ଦିନରେ ଓଡ଼ିଶା ଏକତ୍ର ହୋଇଥିଲା। ଏକଦା ନିଜର କଳା-ସ˚ସ୍କୃତି, ଭାଷା-ସାହିତ୍ୟ, ବାଣିଜ୍ୟ-ବ୍ୟବସାୟ ଓ ସାମାଜିକ-ସାମରିକ ପରମ୍ପରା ପାଇଁ ଏହି ରାଜ୍ୟ ବିଶେଷ ଭାବେ ପରିଚିତ ଥିଲା । କ୍ରମେ ଏକାଧିକ କାରଣରୁ ପ୍ରଥମେ ଏହାର ସ୍ବାଧୀନତା ଏବ˚ ପରେ ସାମାଜିକ ନିରାପତ୍ତା, ଭାଷା ଓ ସ˚ସ୍କୃତି ଆଦି ସବୁ କିଛି ବିପନ୍ନ ହୋଇଥିଲା । ଏହାର ଭୌଗୋଳିକ ସୀମା ସଙ୍କୋଚନ ପରେ, ଅଣଓଡ଼ିଆମାନେ, ତତ୍ କାଳୀନ ବ୍ରିଟିସ୍ ସରକାରକୁ ପ୍ରଭାବିତ କରି, ଏହାକୁ ଖଣ୍ତ ଖଣ୍ତ କରି ବାଣ୍ଟିନେବାକୁ ମସୁଧା କରିଥିଲେ । ଏପରିକି କେତେକ ବଙ୍ଗୀୟ ପ୍ରକାଶ୍ୟରେ, ଓଡ଼ିଆ ଏକ ସ୍ବତନ୍ତ୍ର ଭାଷା କି ଜାତି ନୁହେଁ, ଏଣୁ ଏହାକୁ ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ନ ଦେଇ, ବାଂଲା ଭାଷାଭାଷୀ ଅଞ୍ଚଳରେ ମିଶାଇଦେବା ପାଇଁ ମତ ଦେଇଥିଲେ ।
ସେ ଯାହା ହେଉ, ସେମାନଙ୍କ ଷଡ଼୍ ଯନ୍ତ୍ର ବିରୋଧରେ ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବ୍ୟାସକବି ଫକୀରମୋହନ ସେନାପତି, ପଣ୍ତିତ ନୀଳକଣ୍ଠ ଦାଶ, କବିବର ରାଧାନାଥ ରାୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ସ୍ବଭାବ କବି ଗଙ୍ଗାଧର ମେହେର, ବିଚିତ୍ରାନନ୍ଦ ଦାସ, କର୍ମବୀର ଗୌରୀଶଙ୍କର ରାୟ ଓ ହରିହର ମର୍ଦରାଜ ଦେବ ଆଦିଙ୍କ ନେତୃତ୍ବରେ ପ୍ରତିବାଦର ସ୍ବର ତୀବ୍ର ହୋଇଥିଲା। ଶେଷରେ ପରାଧୀନତା ଶୃଙ୍ଖଳରୁ ମୁକ୍ତ ହୋଇଥିଲେ ଆମେ ଏବ˚ ଜନ୍ମ ନେଇଥିଲା ସ୍ବତନ୍ତ୍ର ଓଡ଼ିଶା ।

Get real time updates directly on you device, subscribe now.

Leave A Reply

Your email address will not be published.