THE BYAPINI

ବଢିଲା ଅଣ ସବସିଡ ଗ୍ୟାସ ଦର

Get real time updates directly on you device, subscribe now.

ବଢିଲା ଅଣସବସିଡ ଗ୍ୟାସ ଦର । ଅଢେଇ ଶହ ଟଙ୍କା ମହଙ୍ଗା ହୋଇଛି ଅଣସବସିଡ ଗ୍ୟାସ ଦର । ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହାର ହୁଏ ଅଣସବସିଡ଼ ଗ୍ୟାସ । ସେପଟେ ଘରୋଇ ଗ୍ୟାସ ଦର ଅପରିବର୍ତିତ ରହିଛି । ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୯୭୬ରେ ସ୍ଥିର ରହିଛି । ମାର୍ଚ୍ଚ ୨୨ ତାରିଖରେ ୫୦ଟଙ୍କା ବଡିଥିଲା ଘରୋଇ ଗ୍ୟାସ ଦର ।

ଦିଲ୍ଲୀରେ ଅଣ ସବସିଡ଼ ଗ୍ୟାସ ଦର ୨ ହଜାର ୨୫୩ ଟଙ୍କାରେ ପହଞ୍ଚିଛି । ତେବେ ମୁମ୍ବାଇରେ ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ ଟାଙ୍କିର ଦାମ ରହିଛି ୨,୨୦୫ହ ଟଙ୍କା। ସେହିପରି କୋଲକାତାରେ ୨୩୫୧ ଏବଂ ଚେନ୍ନାଇରେ ୨୪୦୬ ଟଙ୍କା ରହିଛି।

ନିକଟରେ ୫ ରାଜ୍ୟରେ ବିଧାନ ସଭା ନିର୍ବାଚନ ପରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ଦାମ ବୃଦ୍ଧି କରାଯାଇଛି। ତୈଳ ଦର ଳଗାତାର ଭାବେ ବଢ଼ୁଛି। ତେବେ ଆଜି ତୈଳ ଦର ଅପରିର୍ତ୍ତିତ ରହିଛି। ମାର୍ଚ୍ଚ ୨୨ ପରଠାରୁ ଏଯାଏଁ ପର୍ୟ୍ୟାକ୍ରମେ ତେଲ ଦର ଲିଟର ପ୍ରତି ୬.୪୦ ଟଙ୍କା ବୃଦ୍ଧି ପାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.