ହାତ ଗୋଡ ବାନ୍ଧି ଲୁଟିନେଲେ
ରାୟଗଡ଼ା ସହରର ସାଇପ୍ରିୟା ନଗରରେ ବଡ଼ ଧରଣର ଡକାୟତି । ହାତ ଗୋଡ ବାନ୍ଧି ଘରୁ ଲୁଟିନେଲେ ୨୫ ଭରି ସୁନା ଅଳଙ୍କାର ସମେତ ୩୦ ହଜାର ଟଙ୍କା ଓ ୪ଟି ମୋବାଇଲ ଫୋନ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକେ ଘରେ ରହିବାକୁ ବି ସୁରକ୍ଷିତ ମନେକରୁନାହାନ୍ତି ।
ଝରକା ଭାଙ୍ଗି ଏମ ଭେଙ୍କେଟ ରାବନାଙ୍କ ଘରେ ପଶିଥିଲେ ୧୦ ଜଣ ଡକାୟତ । ମାରଣାସ୍ତ୍ର ଦେଖାଇ ୭ଜଣ ଘର ଭିତରେ ଡକାୟତି କରିଥିବା ବେଳେ ଘର ବାହାରେ ୨ଜଣ ଜଗିଥିଲେ । ରାୟଗଡ଼ା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।