ବିଶୃଙ୍ଖଳାକାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଦାବି କଲେ ବିଜୟ
ମହାପ୍ରଭୁଙ୍କ ରୋଷଘର ଚୁଲା ଭାଙ୍ଗିବାକୁ ନେଇ ବଡ ବୟାନ ଦେଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ବଡଦେଉଳରେ ପୂର୍ବରୁ କେବେ ଏଭଳି ଘଟଣା ଦେଖିବାକୁ ମିଳିନଥିଲା । ଏହା ଜଗନ୍ନାଥପ୍ରେମୀଙ୍କୁ ବହୁତ ଆଘାତ ଦେଇଛି । ସାରା ଓଡ଼ିଶାରେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଯଦି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥାନ୍ତା ତେବେ ଏଭଳି ଅଘଟଣ ଘଟିନଥାନ୍ତା । ଯେଉଁଦିନ ରୋଷ ଘର ଚୁଲା ଭାଙ୍ଗିଥିଲା ସେଦିନ ବୋଧହୁଏ ସୁରକ୍ଷା ଦାୟିତ୍ୱରେ କେହି ନଥିଲେ । ଯଦି ଥିଲେ ତେବେ ଏଭଳି ଘଟଣା ହେଲା କେମିତି? ରୋଷଘରେ ଦୁଇ ଦିନ ହେବ ବିଭ୍ରାଟ ଦେଖାଦେଇଥିଲା ଏବଂ ଏହାକୁ ଆଗକୁ ଆହୁରି ଉଗ୍ର ରୂପ ନେଇପାରେ ବୋଲି ସୂଚନା ମିଳିଥିଲା । କିନ୍ତୁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଲେ ନାହିଁ କାହିଁକି? ତେଣୁ ଏହି ବିଭ୍ରାଟରେ ସମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେଉ । ରୋଷ ଘର ଚୁଲି ଭାଙ୍ଗିଥିବା ବ୍ୟକ୍ତି, ମନ୍ଦିର ଓ ଜିଲ୍ଲା ପ୍ରଶାସନ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିଜୟ ମହାପାତ୍ର ।